Odia News Portal

ଦାମୀ ଆଇଟମ୍ ଗାର୍ଲ ସନୀ ଲିୟନୀ

ମୁମ୍ବାଇ ()ସମଗ୍ର ବିଶ୍ବରେ ଲୋକେ ସନୀ ଲିୟନୀ ଙ୍କ ବୋଲ୍ଡନେସ ପାଇଁ ପାଗଳ। ବଲିଉଡରେ ସନୀ ଓରଫ କରନଜୀତ କୌର ଭୋରା ଜଣେ ଆଗ ଧାଡିର ନାୟୀକା । ଅଧିକାଂଶ ଫିଲ୍ମରେ ଆଇଟମ୍ ଡାନ୍ସର କରି ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି ସନୀ । କେବେ କେବେ ଫିଲ୍ମ ଧମାଲ ନକଲେ ମଧ୍ୟ ସନୀଙ୍କ ଆଇଟମ୍ ଡାନ୍ସ ସୁପରହିଟ୍ ହୋଇଥାଏ।

ନିଜର ଆଇଟମ୍ ସଙ୍ଗ ଦ୍ବାରା ସମସ୍ତଙ୍କୁ ପଛରେ ପକାନ୍ତି ବଲିଉଡରେ ଏହି ହଟ୍ ଅଭିନେତ୍ରୀ।ତାଙ୍କ ଆଇଟମ୍ ସଂଗ ପାଇଁ ଦର୍ଶକ ତାଙ୍କୁ ବହୁତ ପସନ୍ଦ କରନ୍ତି।ଫ୍ୟାନ୍ସ ତାଙ୍କ ଭିଡିଓ ଦେଖି କୁହନ୍ତି ଯେ, ସନ୍ନୀ କେବଳ ଆଇଟମ୍ ସଂଗ ପାଇଁ ହିଁ ଜନ୍ମ ହୋଇଛନ୍ତି। ଯେକୌଣସି ଫିଲ୍ମର ଆଇଟମ୍ ସଂଗ କରିବା ପାଇଁ ସେ ୫-୬ କୋଟି ଟଙ୍କା ନିଅନ୍ତି।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଛରେ ପକାଇଦେଇଛନ୍ତି ଅଭିନେତ୍ରୀ ସନ୍ନି ଲିଓନ। ଅଗଷ୍ଟ ପ୍ରଥମ ସପ୍ତାହରେ ଗୁଗୁଲ ସର୍ଚ୍ଚରେ ସନ୍ନି ମୋଦି ଶାହରୁଖ ଖାନ୍, ସଲମାନ ଖାନଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ଗୁଗୁଲ ଆନାଲିଟିକାଲ୍ ସର୍ଭେ ଅନୁଯାୟୀ, ଭିଡିଓ ଏବଂ ବାୟୋପିକ୍ ସିରିଜ୍ ପାଇଁ ସନ୍ନିଙ୍କୁ ଅଧିକ ଲୋକ ସର୍ଚ୍ଚ କରୁଛନ୍ତି। ପୂର୍ବୋତ୍ତର ରାଜ୍ୟ ଆସାମ ଏବଂ ମଣିପୁରରେ ବେଶୀ ତାଙ୍କୁ ସର୍ଚ୍ଚ କରୁଥିବା ଜଣାପଡିଛି।