Odia News Portal

ଦିଶାଙ୍କ ମୃତ୍ୟୁ ଖବର ଶୁଣି ବେହୋସ୍ ହୋଇଯାଇଥିଲେ ସୁଶାନ୍ତ

ମୁମ୍ବାଇ() ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଜାରି ରଖିଛି ସିବିଆଇ। ଏହି ମାମଲାରେ ଏବେ ସିବିଆଇ ହାତରେ ଲାଗିଛି ଏକ ବଡ ସୁରାକ୍। ତାହା ହେଲା ସୁଶାନ୍ତଙ୍କ ଫ୍ଳାଟମେଟ୍ ସିଦ୍ଧାର୍ଥ ପିଠାନୀ କରିଛନ୍ତି ବଡ ଖୁଲାସା। ସିବିଆଇକୁ ସୂଚନା ଦେଇ ସିଦ୍ଧାର୍ଥ କହିଚନ୍ତି ଦିଶା ସାଲିୟାନଙ୍କ ମୃତ୍ୟୁ ଖବର ଶୁରିବା ପରେ ସୁଶାନ୍ତ ବେହୋଶ ହୋଇଯାଇଥିଲେ। ଏହାପରେ ଯେତେବେଳେ ତାଙ୍କର ହୋସ୍ ଆସିଥିଲା ସେ କହିଥିଲେ, ଏବେ ସେ ଲୋକମାନେ ମୋତେ ବି ମାରିଦେବେ। ପିଠାନୀଙ୍କ ଏହି ବୟାନ ଏବେ ସୁଶାନ୍ତ ଓ ଦିଶାଙ୍କ ମୃତ୍ୟୁର କନେକ୍ସନକୁ ସହ ଯୋଡିକି ଦେଖୁଛି।

ଉଲ୍ଳେଖନୀୟ ଯେ, ୮ ଜୁନରେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ନିଜର ଫ୍ଳାଟରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହାପରେ ୭ ଦିନ ଭିତରେ ସୁଶାନ୍ତଙ୍କ ମୃତଦେହ ତାଙ୍କର ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା।ସିଦ୍ଧାର୍ଥ କହିଛନ୍ତି, ଦିଶାଙ୍କ ମୃତ୍ୟୁ ପରେ ସୁଶାନ୍ତ ଖୁବ୍ ଚିନ୍ତିତ ହୋଇଯାଇଥିଲେ। ତାଙ୍କର ସ୍ଥିତି ମଧ୍ୟ ଠିକ୍ ନଥିଲା। ଦିଶାଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କୁ ନିଜର ଜୀବନ ପ୍ରତି ବିପଦ ଲାଗିଥିଲା। ସୁଶାନ୍ତ ନିଜର ସୁରକ୍ଷା ବଢାଇବା କଥା ମଧ୍ୟ କହିତିଲେ। ସିଦ୍ଧାର୍ଥଙ୍କ ଏହି ବୟାନରୁ ସିବିଆଇକୁ ଲାଗୁଛି ଦିଶାଙ୍କ ସମ୍ପର୍କରେ କୌଣସି ରାଜ୍ ସୁଶାନ୍ତଙ୍କୁ ଜଣାଥିଲା, ଏହି କାରଣରୁ ସେ ଖୁବ୍ ଡରି ଯାଇଥିଲେ।