Odia News Portal

ଗୋଟିଏ ଫିଲ୍ମ ପାଇଁ ସୁଶାନ୍ତ ନେଉଥିଲେ ଏତିକି କୋଟି ଟଙ୍କା

ନୂଆଦିଲ୍ଲୀ() ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା କରିବା ଖବର ଶୁଣି ସମସ୍ତେ ହୋଇଯାଇଛନ୍ତି ସ୍ତବ୍ଧ। ଗୋଟିଏ ପଟେ ତାଙ୍କର ଫ୍ୟାନମାନେ ଶୋକରେ ବୁଡି ରହିଥିବା ବେଳେ ପୋଲିସ ପ୍ରତିଟି ଆଙ୍ଗେଲରୁ ସୁଶାନ୍ତଙ୍କ ମୃତ୍ୟୁର ଯାଞ୍ଚ କରୁଛି। ପୋଲିସ ଲଗାତାର ବିଭିନ୍ନ ପ୍ରକାର କାଗଜପତ୍ର ଏକାଠି କରିବା ସହ ତାଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ବ୍ୟକ୍ତିଙ୍କୁ ପଚରାଉଚା କରୁଛନ୍ତି।
ଏହା ଭିତରେ ସୁଶାନ୍ତଙ୍କ ଜଣେ ଭଲ ବନ୍ଧୁ ଅଭିନେତାଙ୍କ ଆର୍ଥିକ ସ୍ଥିତି ନେଇ କଥା ହୋଇଛନ୍ତି। ଏକ ଇଣ୍ଟରଭ୍ୟୁରେ ସୁଶାନ୍ତଙ୍କ ସାଙ୍ଗ କହିଛନ୍ତି, ଯେପରିକି କୁହାଯାଉଛି ଯେ ସୁଶାନ୍ତ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ। ତାଙ୍କ ପାଖରେ ଟଙ୍କା ଏବଂ ଫିଲ୍ମ ନଥିଲା ତାହା ଭୁଲ। ସୁଶାନ୍ତ ଫିଲ୍ମ କ୍ୟାରିୟର ସହିତ ନିଜର ବିଜନେସ୍ ମଧ୍ୟ ଚଲାଇଥିଲେ। ସେ ତିନୋଟି କମ୍ପାନୀର ମାଲିକ ଥିଲେ, ଯାହା ଭିତରୁ ଗୋଟିଏରେ ତାଙ୍କର ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କର ମଧ୍ୟ କନେକସନ୍ ରହିଛି। ସୁଶାନ୍ତ ୨୦୧୮ରେ ଏକ କମ୍ପାନୀ ଖୋଲିଥିଲେ, ଯାହାକି ଆର୍ଟିଫିସିଆଲ, ଭର୍ଚୁଆଲ ରିଏଲିଟି ଓ ଆଗୁମେଟେଣ୍ଡ ରିଏଲିଟି ଉପରେ କାମ କରୁଥିଲା। ସୁଶାନ୍ତଙ୍କ ଦ୍ବିତୀୟ କମ୍ପାନୀର ନାମ ଥିଲା Rhealityx। ଏହି ନାମ ରିୟାଙ୍କ ନାମରେ ରଖିଥିଲେ। ଏହି କମ୍ପାନୀ ମିକ୍ସଡ ରିଏଲିଟି ଓ ଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିଲା। ସୁଶାନ୍ତଙ୍କ ତୃତୀୟ କମ୍ପାନୀ ସ୍ବାସ୍ଥ୍ୟ କଲ୍ୟାଣ ଓ ଏଜୁକେସନ୍ ରିସର୍ଚ୍ଚ, ଇଣ୍ଟେଲେକଚୁଆଲ ପ୍ରପଟି ଉପରେ କାମ କରୁଥିଲା।ସେ ପ୍ରତି ପ୍ରୋଜେକ୍ଟ ପାଇଁ ୮ କୋଟି ଟଙ୍କା ନେଉଥିଲେ।