Odia News Portal

ଆତ୍ମହତ୍ୟା ପୂର୍ବ ରାତିରେ ହୋଇନଥିଲା କୌଣସି ପାର୍ଟି

ମୁମ୍ବାଇ() ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଳାରେ ଳଗାତାର ନୂଆ ଖୁଲାସା ହେବାରେ ଲାଗିଛି।  ସୁଶାନ୍ତଙ୍କ ଚାକର ଏବେ ବିହାର ପୋଲିସ ଆଗରେ ବୟାନ ଦେଉଛନ୍ତି ଯେ, ଆତ୍ମହତ୍ୟା ପୂର୍ବ ରାତିରେ ସୁଶାନ୍ତଙ୍କ ଘରେ କୌଣସି ପ୍ରକାର ପାର୍ଟି ହୋଇନଥିଲା।

ସୁଶାନ୍ତଙ୍କ ଚାକର ବିହାର ପୋଲିସକୁ କହିଛନ୍ତି, ୧୩ ଜୁନ୍ ରାତିରେ ଖାଇବା ପରେ ସୁଶାନ୍ତ ନିଜର ବେଡରୁମରେ ଥିଲେ। ୧୪ ଜୁନରେ ସୁଶାନ୍ତ ସବୁ ଦିନ ଭଳି ସକାଳୁ ଜଲଦି ଉଠିଯାଇଥିଲେ। ୧୩ ତାରିଖ ରାତିରେ ନା ସେ ବାହାରକୁ ଯାଇଥିଲେ କିମ୍ବା ଘରେ କୌଣସି ପାର୍ଟି ହୋଇଥିଲା।

ତେବେ କଲ ଡିଟେଲରୁ ମିଳିଥିଲା ସୂଚନା ଅନୁସାରେ ସୁଶାନ୍ତଙ୍କୁ ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଦୁଇଟି ଫୋନ୍ କଲ୍ କରିଥିଲେ। ଏହି ଫୋନ୍ କଲ୍ ଭିତରୁ ପ୍ରଥମଟି ରିୟା ଚକ୍ରବର୍ତ୍ତୀ ଓ ଦ୍ବିତୀୟଟି ତାଙ୍କ ସାଙ୍ଗ ମହେଶ ସେଟ୍ଟୀଙ୍କୁ କରିଥିଲେ। କିନ୍ତୁ ଦୁହେଁ ଫୋନ୍ ରିସିଭ କରିପାରିନଥିବାରୁ କଥା ହୋଇପାରିନଥିଲେ। ୧୪ ଜୁନ୍ ସକାଳୁ ସୁଶାନ୍ତଙ୍କ ମୃତଦେହ ତାଙ୍କ ବେଡ୍ ରୁମ୍ ଭିତରୁ ଝୁଲାନ୍ତା ଅବସ୍ଥାରେ ମିଳିଥିଲା।