Odia News Portal

ବାପା ହେବେ ବିରାଟ କୋହଲି, ଟ୍ବିଟ କରି କହିଲେ ଏମିତି କଥା

ମୁମ୍ବାଇ() ମା ହେବାକୁ ଯାଉଛନ୍ତି ଅନୁଷ୍କା ଶର୍ମା, ଖୁବ ଶୀଘ୍ର ବାପା ହେବେ ବିରାଟ କୋହଲି । ଉଭୟ ଏହି ଖୁସି ଖବରକୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଅଭିନେତ୍ରୀ ଅନୁଷ୍କା ଶର୍ମା ଲେଖିଛନ୍ତି “ଏବେ ଆମେ ଦୁହେଁ ତିନି ହେବାକୁ ଯାଉଛୁ । ଜାନୁଆରୀ 2021 ରେ ଛୋଟ ଅତିଥି ଆସୁଛନ୍ତି ।”

ଗତ କିଛିଦିନ ହେବ ଅନୁଷ୍କାଙ୍କ ଗର୍ଭବତୀ ହେବାର ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା। ସୂଚନା ଅନୁଯାୟୀ ଅନୁଷ୍କା ମୁମ୍ବାଇର ଏକ କ୍ଲିନିକ ବାହାରେ ନଜର ଆସିଥିଲେ ଯାହାପରେ ଅନୁଷ୍କା ଗର୍ଭବତୀ ଥିବା ଅନୁମାନ କରାଯାଉଥିଲା। ତେବେ ବର୍ତ୍ତମାନ ଅଭିନେତ୍ରୀ ଏନେଇ ନିଜେ ସୂଚନା ଦେଇଛନ୍ତି ।

ଏଣୁସକଙ୍କ ଏହି ପୋଷ୍ଟରେ କମେଣ୍ଟର ସୁଅ ଛୁଟିଛି । ଉଭୟ ବିରାଟ ଏବଂ ଅନୁଷ୍କାଙ୍କୁ ତାଙ୍କର ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତି ।