Odia News Portal

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରଖେ ଏହି ପରିବା…

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ସହଜ ଉପାୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ନିୟମିତ କଲରା ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ। ଏହା ଦ୍ୱାରା ବିଭିନ୍ନ କିଡ୍‌ନୀ ସମସ୍ୟା ଦୂର ହୁଏ । କଲରାରେ ମ୍ୟାଗ୍ନେସିୟମ ଓ ଫସଫରସ ରହିଥାଏ।

ଏହା କିଡ୍‌ନୀ ଷ୍ଟୋନ ରୋଗୀଙ୍କ ପାଇଁ ଖୁବ ଭଲ। ପ୍ରତିଦିନ କଲରା ଭଜା ଅବା କଲରା ତରକାରି ଖାଇଲେ କିଡ୍‌ନୀ ଷ୍ଟୋନ୍‌ରୁ ମୁକ୍ତି ମିଳେ। ଏଥିରେ ଭିଟାମନ ବି-୬ ଓ ଭିଟାମିନ-ବି ରହିଥାଏ। ନିୟମିତ ଭାବେ ଏହାର ରସ ଖାଲି ପେଟରେ ସକାଳୁ ପିଇଲେ ଉପକାର ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।