Odia News Portal

ହାତକୁ ଗୋରା ଓ ସୁନ୍ଦର କରିବା ପାଇଁ କିଛି ସହଜ ଟିପ୍ସ

ସଭିଏଁ ତ୍ୱଚାକୁ ସୁନ୍ଦର କରିବା ପାଇଁ ଯେପରି ବିଭିନ୍ନ କ୍ରମିର ବ୍ୟବହାର ଓ ଅନ୍ୟାନ୍ୟ ଦ୍ରବ୍ୟ ବ୍ୟବହାର କରନ୍ତି, ସେଭଳି ହାତର ସୁନ୍ଦରତା ପାଇଁ ମଧ୍ୟ କିଛି ସହଜ ଉପାୟ ରହିଛି। ବହୁ ଲୋକଙ୍କ ତ୍ୱଚା ତୁଳନାରେ ହାତ ଗୋଡ଼ର ରଙ୍ଗ କମ ବା ଅଳ୍ପ କଳା ଥାଏ। ଖରା ଓ ପ୍ରଦୂଷଣର ପ୍ରଭାବରେ ହାତର ରଙ୍ଗ କମ୍ ହେଲେ ଏହା ଆପଣଙ୍କ ସୁନ୍ଦରତା ଉପରେ ବହୁ ପ୍ରଭାବ ପକାଇଥାଏ। ବଜାରରେ ବହୁ ପ୍ରକାରର କେମିକାଲ ଯୁକ୍ତ କ୍ରିମ ମିଳିଥାଏ, ଯାହାକୁ ଲଗାଇବା ଦ୍ୱାରା ଏହା ଆମ ଚର୍ମ ଉପରେ ମଧ୍ୟ କୁପ୍ରଭାବ ପଡିଥାଏ। ମାତ୍ର କିଛି ଘରୋଇ ସହଜ ଉପାୟ ରହିଛି, ଯାହାକୁ ଆପଣେଇବା ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ସେହି ଉପାୟ ବିଷୟରେ ..
୧ – ଚାମଚ ଚିନିରେ ଲେମ୍ବୁ ରସ ମିଶାଇ ଏହାକୁ ହାତରେ ଲଗାନ୍ତୁ। ଲଗାଇବା ସମୟରେ ହାତକୁ ଭଲ ଭାବେ ଘଷନ୍ତୁ। ଏହାକୁ ଲଗାଇବା ପରେ ୧୫ମିନିଟ ରଖି ଧୋଇ ଦିଅନ୍ତୁ। ଏହା ହାତକୁ ଗୋରା କରିବା ସହ ସମସ୍ତ ପ୍ରକାରର ଦୂଷିତ ପଦାର୍ଥ ବାହାର କରି ଦେଇଥାଏ।
୨ – ଚାମଚ ବେସନରେ ଏକ ଚାମଚ ଦହି କିଛି ହଳଦୀ ମିଶାଇ,ଏହାକୁ ହାତରେ ଲଗାଇ ୩୦ ମିନିଟ ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ହାତକୁ ଧୋଇ ଦିଅନ୍ତୁ। ଏହାକୁ ନିୟମିତ ଲଗାଇବା ଦ୍ୱାରା ହାତ କୋମଳ ଓ ଗୋରା ହୋଇଥାଏ।
୩- ଚାମଚ ଲହୁଣୀରେ ୧ ଚାମଚ ବାଦାମ ତେଲକୁ ଭଲ ଭାବେ ମିଶାଇ ଏହାକୁ ୨୦ ମିନିଟ ପର‌୍ୟ୍ୟନ୍ତ ହାତରେ ଲଗାଇ ରଖନ୍ତୁ। ୨୦ ମିନିଟ ପରେ ହାତକୁ ଧୋଇ ଦିଅନ୍ତୁ। ଏଥିରେ ଭିଟାମିନ ଥିବାରୁ ଏହା ହାତକୁ ନରମ, ସୁନ୍ଦର ଓ ଶୁଷ୍କତାକୁ ଦୂର କରିଥାଏ।