ଜୀବଜନ୍ତୁଙ୍କ କେତେକ ଅସ୍ୱଭାବିକ୍ ଆଚରଣ ସର୍ବଦା ରହସ୍ୟାବୃତ୍ତ ରହି ଆସିଛି। ଏଥିରୁ ଗୋଟିଏ ହେଉଛି କୁକୁର ଓ ତାର ପରିଶ୍ରା କରିବାର ଶୈଳୀ। ଏ ନେଇ ବିଭିନ୍ନ ଲୋକେ ବିଭିନ୍ନ କଥା କହିଥାନ୍ତି। ହେଲେ କୁକୁରଙ୍କ ଏଭଳି ଶୈଳୀରେ ପରିଶ୍ରା ସେମାନଙ୍କ ମନସ୍ତତ୍ୱ ସହ ଜଡିତ ରହିଛି। ଏଣୁ କୁକୁର ପରିଶ୍ରା କରିବା ବେଳେ ଖମ୍ବ, କାନ୍ଥ, ପିଣ୍ଡି ଏପରିକି ରାସ୍ତା କଡରେ ଛିଡା ହୋଇଥିବା ଗାଡି ଚକରେ ପରିଶ୍ରା କରୁଥିବା ଆମେ ଦେଖେ ହେଲେ ତା ପଛରେ ଥିବା କଣ ରହିଛି କାରଣ ଆସନ୍ତୁ ଜାଣିବା।
ପଶୁପକ୍ଷୀଙ୍କର ନିଜ ନିଜର କିଛି ନୀତି ନିୟମ ରହିଛି। ସେମାନେ ଜଙ୍ଗଲରେ ରହନ୍ତୁ କି ମଣିଷ ସମାଜରେ ସେମାନେ କିନ୍ତୁ ସେମାନଙ୍କର ପ୍ରାକୃତିକ ନିୟମ କେବେ ଉଲ୍ଳଂଘନ କରନ୍ତି ନାହିଁ । ଏଣୁ କୁକୁରଙ୍କ କ୍ଷେତ୍ରରେ ମଧ୍ୟ ସେଇଆ ହୁଏ । ସେମାନେ ନିଜ ଜାତିର ଅନ୍ୟକୁ ହଇରାଣରେ ନ ପକାଇବା ପାଇଁ ଏପରି କରିଥାନ୍ତି। କୁକୁରମାନେ ସବୁ ବେଳେ ସେମାନେ ଚଳପ୍ରଚଳ ହେଉଥିବା ଅଞ୍ଚଳର ସୀମା ନିର୍ଦ୍ଧାରଣ କରିରଖିଥାନ୍ତି। ଯେତିକି ସର୍ବନିମ୍ନ ଆବଶ୍ୟକ ଅଞ୍ଚଳ ସେମାନେ ସେତିକି ନିଜ ପାଇଁ ଉପଯୋଗ କରନ୍ତି, ବାକି ଅନ୍ୟମାନଙ୍କ ପାଇଁ ଅବ୍ୟବହୃତ ଛାଡିଦେଇଥାନ୍ତି। ଏଥିପାଇଁ ସେମାନେ ଏପରି କରିଥାନ୍ତି।
କୁକୁରମାନେ ନିଜ ସୀମାକୁ ପରିଶ୍ରା କରି ନିର୍ଦ୍ଧାରିତ କରନ୍ତି। ଅନ୍ୟ କୁକୁର ସେହି ଅଞ୍ଚଳକୁ ପ୍ରବେଶ କଲେ ସେହି କୁକୁରର ଉପସ୍ଥିତି ଜାଣିବାକୁ ପାଇଥାଏ। ଏହା ସତ୍ତ୍ୱେ ଯଦି ସେ କୁକୁର ସମ୍ପୃକ୍ତ ଅଞ୍ଚଳକୁ ପ୍ରବେଶ କରେ ତେବେ ସମ୍ପୃକ୍ତ ଅଞ୍ଚଳକୁ ବ୍ୟବହାରରେ ରଖିଥିବା କୁକୁରକୁ ଯେପରି ଅସୁବିଧା ନ ହୁଏ ସେଥିପ୍ରତି ସତର୍କତା ଅବଲମ୍ବନ କରିଥାଏ। ଏଥିପାଇଁ କୁକୁର କାନ୍ଥବାଡ, ତୁଳସୀ ଚଉରା, ଗାଡିର ଚକ ଅଥବା ଖମ୍ବରେ ଟାଙ୍କ ଟେକି ପରିଶ୍ରା କରେ। କାରଣ ଏହି ସବୁ ସ୍ଥାନରେ ପରିଶ୍ରା କଲେ ଆଉ ଗୋଟିଏ କୁକୁରକୁ କୌଣସି ଅସୁବିଧା ହୁଏନି। ଏଥିରୁ ନା ଗନ୍ଧ ବାହାରେ ନା ଅନ୍ୟ କୁକୁରର ଶୋଇବା ବସିବାରେ ଅସୁବିଧା ହୁଏ । ଏଣୁ ସେପରି ସ୍ଥାନରେ ପରିଶ୍ରା କଲେ ତାର କିଛି ଅସୁବିଧା ହେବନି ବୋଲି ସେ ଏପରି କରିଥାଏ। ଯଦି କୁକୁରର ମନସ୍ତତ୍ୱ ଭଲ ଲାଗିଲା ଗୋଟିଏ ସେୟାର ନିଶ୍ଟିତ କରନ୍ତୁ।
