Odia News Portal

ଯଦି ଆପଣ ସମସ୍ୟା ଘେରରେ ଅଛନ୍ତି, ତା’ହେଲେ ଆଜି ହିଁ ପିନ୍ଧନ୍ତୁ ହଳଦୀ ମାଳି

ଦୁନିଆରେ ଅନେକ ପ୍ରକାର ଟ୍ରିକ୍ସ ଅଛି, ଯାହାକୁ ଆପଣାଇ ଆପଣ ଲାଭବାନ ହୋଇପାରିବେ। ଆଜି ଆମେ ଆପଣଙ୍କୁ ହଳଦୀ ମାଳି ବିଷୟରେ କହିବାକୁ ଯାଉଛୁ। ହଳଦୀ ମାଳି ପିନ୍ଧିବା ଦ୍ୱାରା ଅନେକ ଫାଇଦା ମିଳିଥାଏ। ଏଥିରୁ କେବଳ ସମସ୍ୟାରୁ ମୁକ୍ତି ମିଳି ନ ଥାଏ, ବରଂ ମାନ ସମ୍ମାନ ମଧ୍ୟ ବଢ଼ିଥାଏ। ଯଦି ଗୁରୁବାର ଏହାକୁ ପିନ୍ଧିବେ, ତା’ହେଲେ ବହୁତ ଲାଭ ମିଳିପାରିବ। ହିନ୍ଦୁ ଶାସ୍ତ୍ର ଅନୁସାରେ ଏହା ରୋଗରୁ ବି ମୁକ୍ତି ଦେଇଥାଏ।

ଏତଦ୍‌ ବ୍ୟତୀତ ଅନେକ ଦେବଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ହଳଦୀ ମାଳି ଉପଯୋଗ କରାଯାଇଥାଏ। କୁହାଯାଏ, ହଳଦୀ ଭଗବାନ ବିଷ୍ଣୁଙ୍କର ସବୁଠାରୁ ଅଧିକ ପ୍ରିୟ ଅଟେ। ତେଣୁ ଶୁଦ୍ଧ ହଳଦୀ ଗଣ୍ଠି ମାଳି ଭଗବାନଙ୍କୁ ଅର୍ପଣ କରିବା ଶୁଭ ହୋଇଥାଏ। ଏହାଦ୍ୱାରା ଆପଣଙ୍କ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯାଏ। ଯେଉଁ ଲୋକଙ୍କୁ ମାନସିକ ସମସ୍ୟା ହୋଇଥାଏ, ସେମାନଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହି ନ ଥାଏ, ସେମାନେ ଗୁରୁବାର ହଳଦୀ ମାଳି ପିନ୍ଧିବା ଦରକାର।

ଯଦି ଆପଣ କଠିନ ପରିଶ୍ରମ କରିବା ସତ୍ତ୍ୱେ ସଫଳତା ମିଳୁନାହିଁ, ତା’ହେଲେ ଗୁରୁବାର ହାତରେ ହଳଦୀ ଗଣ୍ଠି ମାଳି ପିନ୍ଧିବା ପୂର୍ବରୁ ଭଲ ଭାବେ ଗଙ୍ଗାଜଳରେ ହାତ ସଫା କରନ୍ତୁ। ତା’ପରେ ଏହାକୁ ଭଗବାନ ବିଷ୍ଣୁଙ୍କ ପାଦ ତଳେ ରଖନ୍ତୁ। କୁହାଯାଏ କି, ହଳଦୀ ମାଳାରେ ଭଗବାନ ଗଣେଶଙ୍କ ମନ୍ତ୍ର ଜପ କଲେ, ସଙ୍କଟ ଟଳି ଯାଇଥାଏ। ରାତିରେ ଦୁଃସ୍ୱପ୍ନ ଦେଖୁଥିବା ଲୋକ ତକିଆ ତଳେ ଖଣ୍ଡେ ହଳଦୀ ରଖି ଶୋଇବା ଉଚିତ। ଏହାସହିତ ଯେଉଁମାନଙ୍କ ବିବାହ ବିଳମ୍ବ ହେଉଛି, ସେମାନେ ବି ଗୁରୁବାର ହଳଦୀ ମାଳି ପିନ୍ଧିବା ଦରକାର।