Odia News Portal

ନେଲପଲିସ୍‌ ଛଡ଼ାଇବା ପାଇଁ ଏହି ଘରୋଇ ଉପାୟ, ଆବଶ୍ୟକ ପଡ଼ିବନି ରିମୁଭର

ଭୁବନେଶ୍ବର : ଝିଅମାନେ ସବୁବେଳେ ଟିପ୍‌ଟପ୍‌ ରହିବାକୁ ପସନ୍ଦ କରିଥାନ୍ତି। କେଶସଜ୍ଜା, ଡ୍ରେସ୍‌, ଚପଲ ସବୁ ଜିନିଷ ଉପରେ ସେମାନେ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏମିତି କି କେଉଁ ଡ୍ରେସ ସହ କେଉଁ ଚପଲ ମ୍ୟାଚ୍‌ କରିବ କେଉଁ ହେୟାର ଷ୍ଟାଇଲ୍‌ ଭଲ ଲୁକ୍‌ ଦେବ ସେ ସବୁ ଦିଗ ପ୍ରତି ଝିଅମାନେ ଧ୍ୟାନ ଦେଇଥାନ୍ତି। ତେବେ ବେଳେବେଳେ ଝିଅମାନେ କେତେକ ଛୋଟ ଜିନିଷକୁ ନେଇ ଖୁବ୍‌ ଅନ୍‌କମ୍‌ଫଟେବଲ ହୋଇପଡ଼ିଥାନ୍ତି। ସେଭଳି ଏକ ଜିନିଷ ହେଉଛି ନେଲପଲିସ୍‌।

ନେଲପଲିସ୍‌ ଲଗାତାର କିଛିଦିନ ପରେ ଛାଡ଼ିବାକୁ ଲାଗିଥାଏ। ଏଭଳିସ୍ଥିତିରେ ରିମୁଭର ନଥିଲେ ନେଲପଲିସକୁ ଠିକ୍‌ ଭାବେ ଛଡ଼ାଇ ନପାରିଲେ ହାତ ଅସୁନ୍ଦର ଲାଗିଥାଏ। ଆପଣ ଜାଣି ଖୁସି ହେବେ ଯେ ରିମୁଭର ନଥିଲେ ମଧ୍ୟ କେତେକ ଘରୋଇ ଉପାୟରେ ନେଲପଲିସ ଛଡ଼ାଇ ପାରିବେ। ଆସନ୍ତୁ ଜାଣିବା ସେହି ଉପାୟ ସମ୍ପର୍କରେ…

ପରଫ୍ୟୁମ୍‌ ବ୍ୟବହାର କରନ୍ତୁ:
ନେଲପଲିସ ଛଡ଼ାଇବା ପାଇଁ ଆପଣ ନିଜ ପରଫ୍ୟୁମ୍‌ ବା ଡିଓଡେଣ୍ଟକୁ ମଧ୍ୟ ବ୍ୟବହାର କରିପାରିବେ। ଏଥିପାଇଁ ନଖରେ ପ୍ରଥମେ କିଛି ଡିଓ ସ୍ପ୍ରେ କରନ୍ତୁ। ଏବେ ଏକ ତୁଳା ସାହାଯ୍ୟରେ ନଖକୁ ଘଷନ୍ତୁ। ଦେଖିବେ ଖୁବ୍‌ ସହଜରେ ନେଲପଲିସ୍‌ ଛାଡ଼ିଯିବ।
ପୁରୁଣା ନେଲପଲିସ୍‌ ବ୍ୟବହାର କରନ୍ତୁ:
ନେଲପଲିସ୍‌ ଛଡ଼ାଇବା ପାଇଁ ଆପଣ ପୁରୁଣା ନେଲପଲିସ୍‌କୁ ମଧ୍ୟ ବ୍ୟବହାର କରିପାରିବେ। ପ୍ରଥମେ ନଖରେ ପୁରୁଣା ନେଲପଲିସ୍‌ ଲଗାନ୍ତୁ ଓ ସାଙ୍ଗେ ସାଙ୍ଗେ ତୁଳାରେ ତାହାକୁ ପୋଛିଦିଅନ୍ତୁ। ଦେଖିବେ ନଖ ପରିଷ୍କାର ହୋଇଯିବ।

ଭିନେଗାର ବ୍ୟବହାର କରନ୍ତୁ:
ନଖରୁ ନେଲପଲିସ ଛଡ଼ାଇବା ପାଇଁ ଭିନେଗାର ହେଉଛି ସବୁଠାରୁ ଭଲ ବିକଳ୍ପ। ଭିନେଗାର ନଥିଲେ ଏହାକୁ ଆପଣ ଘରେ ମଧ୍ୟ ତିଆରି କରିପାରିବେ। ଏକ ପାତ୍ରରେ କିଛି ଲେମ୍ବୁ ରସ ଓ ଆପଲ ଭିନେଗାର ନେଇ ଭଲଭାବେ ଗୋଳାଇ ଦିଅନ୍ତୁ। ଉଷୁମ ପାଣିରେ ଦୁଇ ହାତକୁ ୫ ମିନିଟ୍‌ ପାଇଁ ବୁଡ଼ାଇବା ପରେ ତୁଳାରେ ଭିନେଗାର ମିଶ୍ରଣକୁ ନେଇ ନଖରେ ୧୦ ସେକେଣ୍ଡ ଲଗାଇ ରଖନ୍ତୁ। ଏବେ ଆସ୍ତେ ଆସ୍ତେ ଘଷନ୍ତୁ। ଦେଖିବେ ନେଲପଲିସ୍‌ ସମ୍ପୂର୍ଣ୍ଣ ଭାବେ ଛାଡ଼ିଯିବ। ଥରକରେ ନେଲପଲିସ୍‌ ନ ଛାଡ଼ିଲେ ଆଉ ଥରେ ମଧ୍ୟ ଏହି ପଦ୍ଧତିରେ ଛଡ଼ାଇପାରିବେ।