Odia News Portal

ଭୟଙ୍କର ପ୍ରାଣୀ’ ଗାଈ

ଭାରତରେ ଗାଈ ପୂଜନୀୟ। ଏଠି ଗାଈକୁ ମାଆର ମାନ୍ୟତା ଦିଆଯାଇଛି। ଆମ ଦେଶରେ ଗାଈ ପାଳନ କରାଯାଇଥାଏ। ଏପରିକି, ଗୋ-ମାତାର ପୂଜା ମଧ୍ୟ କରାଯାଏ। ସେପଟେ ଏମିତି ବି ଏକ ଦେଶ ରହିଛି, ଯେଉଁଠି ଗାଈକୁ ଏକ ଭୟଙ୍କର ପ୍ରାଣୀ କୁହାଯାଇଥାଏ। ଏକ ରିପୋର୍ଟ ଅନୁସାରେ, ବ୍ରିଟେନରେ ଗାଈକୁ ଲୋକେ ଏମିତି ହିଁ ଭାବିଥାନ୍ତି। ଗାଈର ଓଜନ ଯୋଗୁ ଏଠାରେ ତାକୁ ଭୟଙ୍କର ବୋଲି କୁହାଯାଏ।

ବ୍ରିଟେନରେ ୧ ଟନରୁ ଅଧିକ ଓଜନର ପ୍ରାଣୀଙ୍କୁ ଭୟଙ୍କର ପ୍ରାଣୀ ଭାବେ ଗଣାଯାଇଥାଏ। ବ୍ରିଟେନବାସୀଙ୍କ କହିବା ହେଲା, ଭାରୀ ଓଜନର ପ୍ରାଣୀ କାହାକୁ ବି ଧକ୍କା ଦେଇ କିମ୍ବା ଦଳିଚକଟି ମାରିଦେଇଥାନ୍ତି। ଲଣ୍ଡନର Health and Safety Executive ଦ୍ୱାରା ଜାରି ଏକ ଆକଳନ ଅନୁସାରେ, ବ୍ରିଟେନରେ ଗତ ୧୫ ବର୍ଷ ଭିତରେ ଗାଈ ୭୪ ଜଣ ଲୋକଙ୍କ ଜୀବନ ନେଇସାରିଲାଣି। ଏହି କାରଣରୁ ଏଠାରେ ଗାଈକୁ ଭୟଙ୍କର ପ୍ରାଣୀ ତାଲିକାରେ ରଖାଯାଇଛି।

HSE ମୁତାବକ, ଗାଈ, କୁକୁରଠାରୁ ଅଧିକ ମାରାତ୍ମକ। କାରଣ, କୁକୁର ୨୦୦୫ରୁ ୨୦୧୩ ମଧ୍ୟରେ ମାତ୍ର 17 ଜଣ ଲୋକଙ୍କ ଜୀବନ ନେଇଛି। ଏହି ଆକଳନ ଜାରି କରିବା ସହିତ HSE କୃଷକମାନଙ୍କୁ ପରାମର୍ଶ ଦେଇଛି କି, ସେମାନେ ଯେପରି ସେମାନଙ୍କ ଗାଈକୁ ସର୍ବସାଧାରଣ ସ୍ଥାନକୁ ନ ଛାଡ଼ନ୍ତୁ, ଯଦ୍ଦ୍ୱାରା ଏଭଳି ଘଟଣାକୁ ନିୟନ୍ତ୍ରଣ କରାଯାଇପାରିବ।