Odia News Portal

ସୂର୍ୟ୍ୟୋଦୟ ପୂର୍ବରୁ ହିଁ କାହିଁକି ଦିଆଯାଏ ଫାଶୀ, କାରଣ ଜାଣନ୍ତୁ …

ସ୍ୱାଧିକାର ନ୍ୟୁଜ() ଆମ ଦେଶରେ ସବୁବେଳେ ସୂର୍ୟ୍ୟୋଦୟ ଆଗରୁ ହିଁ ଅପରାଧୀଙ୍କୁ ଫାଶୀ ଦିଆଯାଏ। କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଏମିତି କଣପାଇଁ କରାଯାଏ। ଆଜି ଆମେ ଆପଣଙ୍କୁ ଜଣାଇବୁ ଏହାର କାରଣ..

ଯଦି କୌଣସି ଲୋକକୁ ଫାଶୀର ଦଣ୍ଡ ମିଳିଥାଏ ତେବେ ଏହା ତାର ମାନସିକତା ଉପରେ ଗଭୀର ପ୍ରଭାବ ପକାଇଥାଏ। ଏଥିପାଇଁ ଏହି ଦଣ୍ଡ ଶୁଣାଇବା ପରେ ଅଧିକ ସମୟ ଅପେକ୍ଷା କରାଯାଇନଥାଏ। ପ୍ରାତଃ କାଳରେ ଅପରାଧୀ କିଛି ମାତ୍ରାରେ ଚିନ୍ତାମୁକ୍ତ ରହିଥାନ୍ତି। ଏହି କାରଣରୁ ସୂର୍ୟ୍ୟୋଦୟ ପୂର୍ବରୁ ହିଁ ଫାଶୀ ଦିଆଯାଏ।

ଅପରାଧୀ ପାଇଁ ଫାଶୀ ଏକ ବଡ ଦଣ୍ଡ ଅଟେ। ଏହାର ପ୍ରଭାବ କେବଳ ଅପରାଧୀ ଉପରେ ପଡିନଥାଏ ଏହା ସହିତ ସମାଜ ଉପରେ ମଧ୍ୟ ପଡିଥାଏ। ଯେମିତି ସମାଜ ଏହା ଦ୍ୱାରା ପ୍ରଭାବିତ ନହେଉ ତେଣୁ ଅପରାଧୀକୁ ସୂର୍ୟ୍ୟୋଦୟ ଆଗରୁ ଫାଶୀ ଦେଇଦିଆଯାଏ।

ଫାଶୀର ପୂର୍ବରୁ ଓ ପରେ ଅନେକ ପ୍ରକାରର ପ୍ରକ୍ରିୟା ପୂରା କରିବାକୁ ପଡିଥାଏ। ଯେମିତି କି ମେଡିକାଲ୍ ଟେଷ୍ଟ, ରେଜିଷ୍ଟରରେ ଏଣ୍ଟ୍ରି ଇତ୍ୟାଦି। ଏହାଛଡା ଅପରାଧୀର ମୃତ ଶରୀର ମଧ୍ୟ ତା ପରିବାରକୁ ହସ୍ତାନ୍ତର କରାଯାଇଥାଏ। ଏହି କାରଣରୁ ସୂର୍ୟ୍ୟୋଦୟ ଆଗରୁ ଫାଶୀ ଦିଆଯାଏ।