Odia News Portal

ଦୁଇ ହାତର ନଖକୁ ଘଷିଲେ ମିଳିଥାଏ ଏହି ବଡ଼ ଫାଇଦା

ଦୁଇ ହାତର ନଖ ଘଷିଲେ ଝଗଡ଼ା ଅଧିକ ହୋଇଥାଏ। ତେବେ ଏହା କେବଳ ଏକ ଅନ୍ଧବିଶ୍ବାସ ବୋଲି କୁହାଯାଇପାରେ। ଚିକିତ୍ସା ବିଜ୍ଞାନରେ ନଖ ଘଷିବାର ଏକ ବଡ଼ ଫାଇଦା ବିଷୟରେ କୁହାଯାଇଛି। ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ

ଆପଣ ଏହା ଜାଣି ଆଶ୍ଚର୍ୟ୍ୟ ହେବେ ଯେ ନଖକୁ ନଖ ଘଷିବାର ପ୍ରକ୍ରିୟା ଏକ ଚାଇନିଜ ଆକ୍ୟୁପ୍ରେସର ଅଟେ। ଏହା ଦ୍ବାରା ଆପଣ ନିଜ ଦୁଇ ହାତର ନଖକୁ ପରସ୍ପର ଘଷିଲେ ଯେଉଁ ଘର୍ଷଣ ହୋଇଥାଏ ଏବଂ ଏହା ଦ୍ବାରା ଯେଉଁ ଉଷ୍ମତା ମିଳିଥାଏ ତାହା ଦ୍ବାରା ଆପଣଙ୍କ ମୁଣ୍ଡର ସ୍କାଲ୍ପରେ ପ୍ରଭାବ ପଡ଼ିଥାଏ।

ନଖକୁ ଘଷିବା ଦ୍ବାରା ଆପଣଙ୍କ ସ୍କାଲ୍ପର ରକ୍ତ ସଞ୍ଚାରଣ ବଢ଼ିବାକୁ ଲାଗିଥାଏ। ଯାହା ଫଳରେ ଆପଣଙ୍କ କେଶ ଝଡ଼ିବା ସମସ୍ୟା କମିଯାଇଥାଏ। କେଶ ଦୁଇଗୁଣା ଭାବେ ବୃଦ୍ଧି ହୋଇଥାଏ। ଆପଣଙ୍କୁ ଦିନରେ ଯଦି ୫ରୁ ୧୦ମିନିଟ୍ ସମୟ ମିଳୁଛି ତେବେ ଆପଣ ନଖ ଘଷନ୍ତୁ।