Odia News Portal

କାହିଁକି ପରକୀୟାକୁ ଯାଆନ୍ତି ପୁରୁଷ

ପ୍ରେମ ସମ୍ପର୍କ ଭାଙ୍ଗିବା କିଛି ନୂଆ କଥା ନୁହେଁ, କିନ୍ତୁ କେଉଁ କାରଣରୁ ସମ୍ପର୍କ ଭାଙ୍ଗୁଛି ତାହା ଜାଣିବା ଜରୁରୀ। କାରଣ ବେଳେବେଳେ ସମ୍ପର୍କ ଭାଙ୍ଗିବା ପାଇଁ ଉଭୟ ମହିଳା ଓ ପୁରୁଷ ଦାୟୀ ହେଇଥିବା ବେଳେ ଆଉ କେତେ ବେଳେ ଜଣଙ୍କ ଭୁଲ ଯୋଗୁ ସମ୍ପର୍କ ଭାଙ୍ଗିଥାଏ। କିନ୍ତୁ ଏହି ମାମଲାରେ ମହିଳାଙ୍କ ଠାରୁ ଆଗରେ ରହିଛନ୍ତି ପୁରୁଷ। ଭାରତଠୁ ଆରମ୍ଭ କରି ବିଦେଶ ପର୍ଯ୍ୟନ୍ତ ରିଲେସନ୍‌ସିପ୍‌ରେ ଚିଟିଂ କରିବା କ୍ଷେତ୍ରରେ ପ୍ରାୟ ୬୦ ପ୍ରତିଶତ ପୁରୁଷ ରହିଛନ୍ତି। ପୁଅମାନେ ନିଜ ବିବାହ ଓ ଦାୟିତ୍ୱରେ ବିରକ୍ତ ହୋଇ ନୂତନ ସମ୍ପର୍କ ଗଢ଼ିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ସେଭଳି ୫ଟି କାରଣ ଯେଉଁଥିପାଇଁ ପୁରୁଷମାନେ ନୂଆ ସମ୍ପର୍କ ଗଢ଼ିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି ।

୧. ବିବାହର କିଛି ଦିନ ପରେ ପୁଅମାନଙ୍କୁ ସ୍ତ୍ରୀଙ୍କ କଥାବାର୍ତ୍ତା ଓ ବ୍ୟବହାର ଆଉ ଭଲ ଲାଗିନଥାଏ। ନିଜ ପତ୍ନୀ ଉପରେ ବିରକ୍ତ ହୋଇ ପୁରୁଷମାନେ ନୂଆ ସମ୍ପର୍କ ପ୍ରତି ଆକୃଷ୍ଟ ହୋଇଥାନ୍ତି।

୨. ଅଧିକାଂଶ ପୁରୁଷ ଗୋଟିଏ ମହିଳାଙ୍କୁ ନେଇ ସନ୍ତୁଷ୍ଟ ନଥାନ୍ତି। ସେମାନେ ସବୁବେଳେ ଏକାଧିକ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିବାକୁ ଭଲ ପାଆନ୍ତି। ଫଳସ୍ୱରୂପ ପୁରୁଣା ସମ୍ପର୍କ ଭାଙ୍ଗିଥାଏ।

୩. ପୁଅମାନେ ସବୁବେଳେ ଜୀବନରେ ପରିବର୍ତ୍ତନ ଚାହିଁଥାନ୍ତି। ଏହି କାରଣରୁ ସେମାନେ ନୂଆ ପାର୍ଟନର ସନ୍ଧାନ କରିଥାନ୍ତି।

୪. ବିବାହର ପ୍ରଥମ କିଛି ଦିନ ପତ୍ନୀ ଭାରି ଭଲ ଲାଗନ୍ତି। ତା’ ପରେ ନିଜ ପତ୍ନୀ ଖରାପ ଓ ବାହାର ଲୋକଙ୍କ ପତ୍ନୀ ଭଲ ଲାଗିବା ଆରମ୍ଭ ହୋଇଥାଏ। ଏହା ମଧ୍ୟ ଏକ କାରଣ ନୂଆ ସମ୍ପର୍କ ସୃଷ୍ଟି ହେବାର।

୫. କିଛି ଲୋକ ଦାୟିତ୍ୱ ନେବାକୁ ଜମାରୁ ପସନ୍ଦ କରନ୍ତି ନାହିଁ। ମାତ୍ର ସମ୍ପର୍କ ପୁରୁଣା ହେଲେ ଧୀରେ ଧୀରେ ମୁଣ୍ଡ ଉପରକୁ ଦାୟିତ୍ୱ ଆସିଥାଏ। ଏହି ଦାୟିତ୍ୱ ନେବାକୁ ଭୟ କରି କିଛି ପୁରୁଷ ନୂଆ ନୂଆ ମହିଳାଙ୍କ ସହ ସମ୍ପର୍କ ସ୍ଥାପନ କରିଥାନ୍ତି।