Odia News Portal

ରାତିରେ ଡେରିରେ ଶୋଉଥିବା ବ୍ୟକ୍ତି ବୁଦ୍ଧିମାନ ହୋଇଥାନ୍ତି , କାହିଁକି ପଢନ୍ତୁ …

ବିଳମ୍ବିତ ରାତିରେ ଶୋଉଥିବା ଲୋକେ ଅଧିକ ବୁଦ୍ଧିମାନ ବୋଲି ସମ୍ପ୍ରତି ମିସିଗାନ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରାତି ୧୧ଟାରୁ ୧୨ ମଧ୍ୟରେ ଶୋଉଥିବା ଲୋକଙ୍କ ବୁଦ୍ଧିମତ୍ତାସ୍ତରରେ ୭୫ ପ୍ରତିଶତ ପର୍ୟ୍ୟନ୍ତ ବୃଦ୍ଧି ହେଉଥିବାବେଳେ ୧୨ରୁ ୧ଟା କିମ୍ବା ଏହାଠାରୁ ଅଧିକ ବିଳମ୍ବିତ ରାତି ପର୍ୟ୍ୟନ୍ତ ଉଜାଗର ରହୁଥିବା ବ୍ୟକ୍ତିଙ୍କ ବୌଦ୍ଧିକସ୍ତର ୧୨୩ ପ୍ରତିଶତ ବୃଦ୍ଧି ହୋଇଥାଏ। ସେମାନେ ଅଧିକ ମାର୍ଜିତ ଓ ସ୍ମାର୍ଟ ହେବା ସହିତ ଯେକୌଣସି ସମସ୍ୟାର ସଫଳ ସମାଧାନ କରିବାକୁ ସକ୍ଷମ ହୋଇଥାନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।