Odia News Portal

ପୂଜାରେ ବସିଲେ କାହିଁକି ପଚରାଯାଏ ଗୋତ୍ର,ଜାଣନ୍ତୁ

ଭୁବନେଶ୍ୱର() ଗୋତ୍ର ହେଉଛି ଏକ ଅଦ୍ଭୁତ ଜେନେଟିକ ସାଇନ୍ସ ଯାହାକୁ ଆମେ ଅନୁସରଣ କରୁଛେ । ତେବେ ଆସନ୍ତୁ ଜାଣିବା ଗୋତ୍ର ପ୍ରଥା ପଛରେ ଥିବା କିଛି ବିଜ୍ଞାନ ସମ୍ବନ୍ଧରେ ତଥ୍ୟ । ଗୋତ୍ର ଶବ୍ଦଟି ସଂସ୍କୃତର ଦୁଇଟି ଶବ୍ଦ ଗଉ ( ଗାଈ ) ଏବଂ ତ୍ରାହି ( ଗୁହାଳ ) ରୁ ଆସିଛି । ତେବେ ଗୋତ୍ରର ଅର୍ଥ ହେଉଛି ଗାଇ ଗୁହାଳ ।

ତେବେ ଗୋତ୍ର ପୁରୁଷ ମାନଙ୍କ ଏକ ବିଶେଷ ବଂଶକୁ ରକ୍ଷା କରିଥାଏ । ଆମେ ଆମର ପୁରୁଷ ବଂଶ / ଗୋତ୍ରକୁ ୮ ମହାନ ଋଷି (ସପ୍ତ ଋଷି + ଭରଦ୍ୱାଜ ଋଷି) ଙ୍କ ବଂଶଧର ଭାବରେ ବିବେଚନା କରି ଚିହ୍ନଟ କରୁ । ଅନ୍ୟ ସମସ୍ତ ଗୋତ୍ର ଏଗୁଡ଼ିକରୁ ବିକଶିତ ହୋଇଥାଏ ।

ବାଇୟୋଲୋଜି ଦୃଷ୍ଟିରୁ, ମାନବ ଶରୀରରେ୨୩ ଯୋଡି କ୍ରୋମୋଜୋମ୍ ରହିଛି (ଗୋଟିଏ ପିତାଙ୍କଠାରୁ ଏବଂ ଆଉ ଗୋଟେ ମାତାଙ୍କଠାରୁ) । ଏହି କ୍ରୋମୋଜୋମ ଭିତରେ ଯୌନ କ୍ରୋମୋଜୋମ୍ ଶିଶୁର ଲିଙ୍ଗ ନିର୍ଣ୍ଣୟ କରିଥାଏ ।

ଗର୍ଭଧାରଣ ସମୟରେ ଯଦି ଫଳାଫଳ ସେଲ୍ ହେଉଛି XX କ୍ରୋମୋଜୋମ୍ ହୁଏ ତେବେ ଶିଶୁ କନ୍ୟା ଜନ୍ମ ହୋଇଥାଏ ଏବଂ ଯଦି ଏହା XY ହୁଏ ତେବେ ପୁତ୍ର ସନ୍ତାନ ଜନ୍ମ ହୋଇଥାଏ । XY କ୍ରୋମୋଜୋନ୍ ରେ X ମାଆଙ୍କ ଠାରୁ ଆସିଥିବା ବେଳେ Y ବାପାଙ୍କ ଠାରୁ ଆସିଥାଏ ।

ଏହି Y କ୍ରୋମୋଜୋମ୍ ଟି ଅନନ୍ୟ ଏବଂ ଏହା ମିଶ୍ରିତ ହୁଏ ନାହିଁ । ତେଣୁ XY ରେ Y, X ଉପରେ ଭାରି ପଡ଼ିଥାଏ ଏବଂ ପୁଅ Y କ୍ରୋମୋଜୋମ୍ ପାଇଥାଏ । Y ହେଉଛି ଏକମାତ୍ର କ୍ରୋମୋଜୋମ୍ ଯାହା କେବଳ ପୁରୁଷ ବଂଶ ମଧ୍ୟରେ ଚାଲିଯାଏ । (ପିତାଙ୍କଠାରୁ ପୁତ୍ର ଏବଂ ନାତି ) ।

ମହିଳାମାନେ କଦାପି Y କ୍ରୋମୋଜୋମ୍ ପାଆନ୍ତି ନାହିଁ । ତେଣୁ ବଂଶାନୁକ୍ରମିକ ଚିହ୍ନଟ କରିବାରେ ଜେନେଟିକ୍ସରେ Y ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯେହେତୁ ମହିଳାମାନେ Y ର ଗୋତ୍ର କେବେ ପାଆନ୍ତି ନାହିଁ ତେଣୁ ସେମାନେ ତାଙ୍କ ସ୍ୱାମୀଙ୍କ ଗୋତ୍ର ଗ୍ରହଣ କରନ୍ତି ।

୮ଟି ମହାନ ଋଷିଙ୍କ ଠାରୁ ୮ଟି ଭିନ୍ନ Y କ୍ରୋମୋଜୋମ ଆସିଛି । ଯଦି କାହାର ସମାନ ଗୋତ୍ର ଥାଏ ତେବେ ଏହାର ଅର୍ଥ ହେଉଛି ସେମାନଙ୍କର ପୂର୍ବପୁରୁଷ ସମାନ ଅଟନ୍ତି ।

ସମାନ ଗୋତ୍ର ମଧ୍ୟରେ ବିବାହ ଜେନେଟିକ ବ୍ୟାଧି ସୃଷ୍ଟି କରିବାର ଆଶଙ୍କା ବଢ଼ାଇବ କାରଣ ସମାନ ଗୋତ୍ର Y କ୍ରୋମୋଜୋମ କ୍ରସଓଭର ହୋଇପାରିବ ନାହିଁ ଏବଂ ଏହା ତ୍ରୁଟିପୂର୍ଣ୍ଣ କୋଷଗୁଡ଼ିକୁ ସକ୍ରିୟ କରିବ ।