Odia News Portal

ଗୋଟିଏ ନୋଟ ଛାପିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ଜାଣନ୍ତୁ …

ଦେଶରେ ନୋଟ ମୁଦ୍ରଣ କରିବାର ଏକାଧିକାର କେବଳ ଆରବିଆଇଙ୍କର ରହିଛି। କେବଳ ୧ ଟଙ୍କିଆ ନୋଟକୁ ଛାଡିଦେଲେ ବାକି ସମସ୍ତ ନୋଟ ଆରବିଆଇ ହିଁ ମୁଦ୍ରଣ କରନ୍ତି। କେବଳ ନୋଟ ନୁହେଁ ଆରବିଆଇ ସାରା ଦେଶରେ ମୁଦ୍ରା ମଧ୍ୟ ଯୋଗାଣ କରିଥାନ୍ତି। ଏଣୁ ଦେଶରେ କେତେ ମୁଦ୍ରାର ଆବଶ୍ୟକତା ରହିଛି ଓ ତାର ପ୍ରସ୍ତୁତି ଲାଗି ଆରବିଆଇ ସଂରକ୍ଷିତ ପ୍ରଣାଳୀରେ ନିର୍ଦ୍ଧାରଣ କରନ୍ତି।

ଆରବିଆଇ ନୋଟ ମୁଦ୍ରଣ କରିବା ଲାଗି ନିଜ ପାଖରେ ୨ଶହ କୋଟି ଟଙ୍କାର ସମ୍ପତ୍ତି ସଂରକ୍ଷିତ ରଖନ୍ତି। ଏଥିରୁ ୧୧୫ କୋଟି ଟଙ୍କାର ସୁନା ଭଣ୍ଡାର କରିବା ସହ ୮୫ କୋଟି ଟଙ୍କାର ବିଦେଶୀ ମୁଦ୍ରା ରଖିବା ଆରବିଆଇଙ୍କ ଲାଗି ଅନିବାର୍ୟ୍ୟ। ଏତିକି ପରିମାଣର ସମ୍ପତ୍ତି ଆରବିଆଇ ନିଜ ପାଖରେ ଗଛିତ ରଖିବା ପରେ ଅର୍ଥବ୍ୟବସ୍ଥା ଆବଶ୍ୟକ କରୁଥିବା ଟଙ୍କା ମୁଦ୍ରଣ ଲାଗି ଆରବିଆଇ ପ୍ରସ୍ତୁତି କରନ୍ତି। ଯାହାକୁ ନ୍ୟୁନତମ ସଂରକ୍ଷିତ ପ୍ରଣାଳୀ କୁହାଯାଏ।

୧ ଟଙ୍କାର ନୋଟ ଛାପିବା ଲାଗି ୧ଟଙ୍କା ୧୪ ପଇସା ଖର୍ଚ୍ଚ ହୋଇଥାଏ। ଭାରତୀୟ ମୁ୍ଦ୍ରାର ଏହି ଏକମାତ୍ର ନୋଟ୍ ଯାହାର ବଜାର ମୂଲ୍ୟ ଅପେକ୍ଷା ନୋଟ୍ ର ମୂଲ୍ୟ ଅଧିକ। ତେବେ ୫ ଟଙ୍କିଆ ନୋଟ ଛାପିବା ଲାଗି ଖର୍ଚ୍ଚ ହୋଇଥାଏ ମାତ୍ର ୪୮ ପଇସା। ୧୦ ଟଙ୍କା ଓ ୨୦ ଟଙ୍କା ନୋଟ ଛାପିବା ଲାଗି ୯୬ ପଇସା ଖର୍ଚ୍ଚ ପଡୁଥିବା ବେଳେ ୫୦ ଟଙ୍କିଆ ନୋଟ୍ ଲାଗି ୧ଟଙ୍କା ୮୧ ପଇସା ଖର୍ଚ୍ଚ ହୋଇଥାଏ। ୧୦୦ ଟଙ୍କାର ନୋଟ ମୁଦ୍ରଣ ଲାଗି ୧ଟଙ୍କା ୨୦ ପଇସା ଖର୍ଚ୍ଚ ହେଉଥିବା ବେଳେ ୨୦୦ ଟଙ୍କାର ନୋଟ୍ ଲାଗି ୨ଟଙ୍କା ୧୫ ପଇସା, ୫୦୦ ଟଙ୍କାର ନୋଟ ଲାଗି ୨ଟଙ୍କା ୧୩ ପଇସା ଓ ୨୦୦୦ ଟଙ୍କାର ନୋଟ ମୁଦ୍ରଣ ଲାଗି ଖର୍ଚ୍ଚ ହେଉଛି ୩ଟଙ୍କା ୫୩ ପଇସା।