Odia News Portal

ସାପ ଶୁଣିପାରେନି, ହେଲେ ବିନର ତାଳେ ତାଳେ ନାଚେ କେମିତି ? ଜାଣନ୍ତୁ

ସାପକୁ ଶୁଭାଯାଇନଥାଏ କାରଣ ସାପର କାନ ନାହିଁ। କିନ୍ତୁ ଥରେ ଆପଣ ଭାବିଛନ୍ତି ସାପର ତ କାନ ନାହିଁ କିନ୍ତୁ ତାପରେ ମଧ୍ୟ ସେ ସପେରାର ବିନରେ କେମିତି ନାଚିଥାଏ। ଏହା କେମିତି ହୋଇଥାଏ ଆଜି ଆମେ ତାହାର ଉତ୍ତର ଜଣାଇବୁ।

ସାପର କାନ ନାହିଁ ସେ କେବଳ ସପେରା ଦ୍ୱାରା ବିନରେ କରାଯାଉଥିବା ହରକତକୁ ଅନୁସରଣ କରିଥାଏ। ଯାହା ଲାଗିଥାଏ ଯେପରି ସାପ ବିନର ଧୂନରେ ନୃତ୍ୟ କରୁଛି, କିନ୍ତୁ ଏମିତି ହୋଇନଥାଏ।

ଆପଣ ଲକ୍ଷ୍ୟ କରିଥିବେ ଯେ ସାପର ବିନ ଉପରେ ବହୁତ ଛୋଟ ଛୋଟ କାଚ ଲାଗିଥାଏ। ବିନରେ କାଚ ଏଥିପାଁ ଲାଗିଥାଏ କାରଣ ସେହି କାଚ ଉପରେ ଖରା କିମ୍ବା କିଛି ଆଲୋକ ପଡିଲେ ତାହା ଚମକିଥାଏ। ଯାହାକୁ ସାପ ଦେଖିଥାଏ ଆଉ ଅଜବ ହରକତ୍‌ କରିଥାଏ।

ଏହି କାରଣରୁ ଯେତେବେଳେ ସପେରା ବିନ ବଜାଇଥାଏ ଶବ୍ଦ ହୋଇଥାଏ। ଏହାର ଚମକରେ ସାପ ଆକର୍ଷିତ ହୋଇଥାଏ ଏବଂ ସାପ ତାର ଗତିଶୀଳକୁ ଅନୁକରଣ କରିଥାଏ। ଯାହାକୁ ଦେଖି ଲୋକମାନେ ଭାବନ୍ତି ସାପ ନୃତ୍ୟ କରୁଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସାପ କାନ ବଦଳରେ ନିଜ ତ୍ୱଚାର ବ୍ୟବହାର କରିଥାଏ। ସାପ ନିଜର ଆଖପାଖର ବାତାବରଣରେ ହେଉଥିବା ଗତିବିଧିକୁ ନିଜ ତ୍ୱଚା ଉପରେ ପଡୁଥିବା ତରଙ୍ଗ ମାଧ୍ୟମରେ ଜାଣିଥାଏ।