Odia News Portal

ରେକର୍ଡ ଭାଙ୍ଗିଲା ସାଇ ବାବାଙ୍କ ଦାନର ପରିମାଣ

ଏବର୍ଷ ଶିରିଡି ସାଇ ବାବାଙ୍କ ମନ୍ଦିରକୁ ମିଳିଛି ରେକର୍ଡ ପରିମାଣର ଦାନ ୨୮୭କୋଟି ଟଙ୍କା । ଗୁପ୍ତଦାନ ଭାବେ ମିଳିଛି ୧୫୬କୋଟି ୪୯ଲକ୍ଷ ୨ହଜାର ୩୫୦ଟଙ୍କା । ସମୁଦାୟ ଦାନ ଅର୍ଥରେ ରହିଛି ନଗଦ ୬୦କୋଟି ୮୪ଲକ୍ଷ ୮ହଜାର ୫୯୦ଟଙ୍କା । ୧୯୦୪୮.୮୬୦ ଗ୍ରାମ ସୁନା ଓ ୩୯୧୭୫୭.୪୭୦ ଗ୍ରାମ ରୁପା ବି ଦାନ ଆକାରରେ ମିଳିଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା ଥିବାରୁ ଡିସେମ୍ବର ୩୧ ତାରିଖ ଦିନ ମନ୍ଦିରକୁ ୨୪ଘଣ୍ଟା ଖୋଲା ରଖିବା ପାଇଁ ମନ୍ଦିର କତ୍ତୃପକ୍ଷ ସ୍ଥିର କରିଛନ୍ତି ।