Odia News Portal

କୈଳାଶ ପର୍ବତ ଉଠାଇଥିଲା ରାବଣ, ଜାଣନ୍ତୁ କାହିଁକି ଉଠାଇ ପାରିଲାନି ଶିବ ଧନୁ

ରାବଣ ଜଣେ ବଳଶାଳୀ ରାଜା ଥିଲା। ସେ ଶିବଙ୍କ ସହ କୈଳାଶ ପର୍ବତକୁ ହାତରେ ଉଠାଇଥିଲା। ତେବେ ସୀତାଙ୍କ ସ୍ୱୟମ୍ବରରେ ଶିବ ଧନୁ ଉଠାଇ ପାରିନଥିଲା। ସେହି ଧନୁକୁ ଭଗବାନ ଶ୍ରୀରାମ ଉଠାଇ ଗୁଣ ଚଢାଇବା ବେଳେ ତାହା ଭାଙ୍ଗିଯାଇଥିଲା। ହେଲେ ଜାଣନ୍ତୁ ରାବଣ କାହିଁକି ଉଠାଇ ପାରିଲାନି ଶିବ ଧନୁ ।

ଶିବଙ୍କ ଧନୁ ବହୁତ ଶକ୍ତିଶାଳୀ ଓ ଚମତ୍କାରୀକ ଥିଲା। ଶିବଙ୍କ ଧନୁର ଟଙ୍କାର ଶବ୍ଦରେ ବାଦଲ ବି ଫାଟିଯାଉଥିଲା। କୁହାଯାଏ ଏହାର ଟଙ୍କାର ଶବ୍ଦରେ ହିମାଳୟ ବି କମ୍ପୁଥିଲା। ଏହି ଧନୁରୁ ବାହାରିଥିବା ଗୋଟିଏ ତିର ତ୍ରିପୁରାସୁରର ୩ଟି ନଗରୀଙ୍କୁ ଧ୍ୱଂସ୍ତ ହୋଇଯାଇଥିଲା। ଏହି ଧନୁର ନାମ ଥିଲା ପିନାକ।

ତେବେ ସୀତାଙ୍କ ସ୍ୱୟମ୍ବରରେ ରଖା ଯାଇଥିବା ଧନୁ ଉଠାଇବାକୁ ସର୍ତ୍ତ ଥିଲା। ରାବଣ ବାହୁବଳରେ କୈଳାଶ ପର୍ବତକୁ ହାତରେ ଉଠାଇଥିଲା। ହେଲେ ଅହଂକାର ଯୋଗୁ ଧନୁକୁ ଉଠାଇପାରିନଥିଲା। ସେ ଯେତେ ବଳ ପ୍ରୟୋଗ କରୁଥିଲା ଧନୁ ସେତେ ଭାରି ହୋଇଯାଉଥିଲା। କାରଣ ଥିଲା ଧନୁର ଦୈବୀୟ ଶକ୍ତି । ଯେତେବେଳେ ଜଣକ ପରେ ଜଣେ ରାଜା ଧନୁ ଉଠାଇ ନ ପାରି ଲଜ୍ଜିତ ହୋଇ ଫେରିଲେ ଗୁରୁ ବିଶ୍ୱାମିତ୍ର ରାମଙ୍କୁ ଧନୁ ଉଠାଇବାକୁ ଆଦେଶ ଦେଲେ। ରାମଚନ୍ଦ୍ର ଜାଣି ଯାଇଥିଲେ ଧନୁର ଐଶ୍ୱରିକ ଶକ୍ତି ରହିଛି। ଏଣୁ ସେହି ଅନୁସାରେ ପ୍ରସ୍ତୁତି କରି ଉଠିଥିଲେ ଧନୁ ଉତ୍ତୋଳନ ଲାଗି।

ରାମଚନ୍ଦ୍ର ଧନୁ ନିକଟରେ ପହଞ୍ଚି ପ୍ରଥମେ ପ୍ରଣାମ କରିବା ସହ ଶସ୍ତ୍ରକୁ ସମ୍ମାନ କରିଥିଲେ। ଏହା ଶିବ ଧନୁ ହୋଇଥିବାରୁ ପ୍ରଦୀକ୍ଷଣ କରି ନିଜକୁ ଶରଣ କରିଥିଲେ। ଫଳରେ ଧନୁ ସୁଖିଲା ତୃଣ ଠାରୁ ବି ହାଲୁକା ହୋଇଯାଇଥିଲା। ଯାହାକୁ ମର୍ୟ୍ୟଦାପୁରୁଷୋତ୍ତମ ଅକ୍ଲେଶରେ ଉଠାଇ ଗୁଣ ଦେବାକୁ ଉଦ୍ୟମ କରନ୍ତେ ପ୍ରକାଣ୍ଡ ଶବ୍ଦ କରି ଭାଙ୍ଗିଯାଇଥିଲା।