Odia News Portal

କାହିଁକି ରାତିରେ ସିଟି ମାରିବାକୁ ଅଶୁଭ କୁହାଯାଏ

କାହିଁକି ଗୁରୁଜନମାନେ ରାତିରେ ସିଟି ବଜାଇବାକୁ ବାରଣ କରନ୍ତି ତାହା ହୁଏତ ଅନେକଙ୍କୁ ଜଣା ନ ଥିବ। ସିଟି ବଜାଇବା ଦ୍ୱାରା ଫୁସ୍ଫୁସ୍ ଭଲ କାମ କରିଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ହେଲେ ଯେଉଁମାନେ ପାଟିରେ ଆଙ୍ଗୁଠି ରଖି ସିଟି ମାରନ୍ତି ସେମାନଙ୍କର ଗାଲର ଗଠନ ଖରାପ ହୋଇଯାଇଥାଏ ବୋଲି କୁହାଯାଏ। ଏହା ବ୍ୟତୀତ ଅଧିକ ସମୟ ସିଟି ମାରିଲେ ଏହା ଫୁସ୍ଫୁସ୍ ଉପରେ କୁପ୍ରଭାପ ପକାଇଥାଏ ବୋଲି କୁହାଯାଏ।

ଅନେକ ଲୋକଙ୍କର ବିଶ୍ୱାସ ରହିଛି ଯେ ଘରେ ଓ ରାତିରେ ସିଟି ମାରିଲେ ଧନ ହାନୀ ହୋଇଥାଏ। ସେହିପରି ସିଟି ମାରିଲେ ପାଖରେ ଥିବା ଲୋକ ଅନ୍ୟମନସ୍କ ହେବା ସହ ଅଜଣା ବିପଦ ମାଡି ଆସେ ବୋଲି କୁହଯାଏ। ରାତିରେ ସିଟି ମାରିଲେ ଖରାପ ଆତ୍ମା ସକ୍ରିୟ ହେବା ହୋଇଥାଆନ୍ତି। ପ୍ରଥମେ ଏହା ଜାପାନରେ ପ୍ରଚଳିତ ଥିବା ବେଳେ ଏବେ ଏହା ଭାରତରେ ମଧ୍ୟ ପ୍ରଚଳିତ ଅଛି। ଭାରତରେ ରାତିରେ ସିଟି ମାରିବା ଅର୍ଥ ଅଶୁଭ ସଙ୍କେତ ଓ ସାପକୁ ନିମନ୍ତ୍ରଣ କରିବା।