Odia News Portal

ମାଆ ବିରଜାଙ୍କ ପୀଠରେ ମହାଅଷ୍ଟମୀ ପୂଜା

ମାଆଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇଛି ଶକ୍ତିପୀଠ । ନବଦିନାତ୍ମକ ପୂଜା ଚାଲିଥିବା ବେଳେ ଆଜି ପୀଠ ଗୁଡିକରେ ଚାଲିଛି ମାଆଙ୍କ ମହାଅଷ୍ଟମୀ ପୂଜା । ଯାଜପୁରରେ ମାଆ ବିରଜାଙ୍କ ପୀଠରେ ସମ୍ପୂର୍ଣ୍ଣ ରୀତିନୀତିର ସହ ଚାଲିଛି ପୂଜା । ସକାଳୁ ସକାଳୁ ମାଆଙ୍କ ମହାସ୍ନାନ କରାଯାଇ ଷୋଡଶ ପୂଜା କରାଯାଉଛି । ଆଜି ମହାଷ୍ଟମୀରେ ବ୍ରାହ୍ମଣ ବୈତରଣୀ ନଦୀରୁ ପାଣି ଆଣି ମାଆଙ୍କ ସ୍ନାନ କରାଇଛନ୍ତି । ସମସ୍ତ ନୀତି କରାଯାଇ ମାଆ ବିରଜାଙ୍କ ଦୁର୍ଗା ବେଶ କରାଯାଇଛି । ମହାଷ୍ଟମୀରେ ମାଆ ବିରଜା ଦୁର୍ଗା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ଅପରାହ୍ନରେ ମାଆ ବିରଜାଙ୍କ ବିଜୟା ରଥ ମନ୍ଦିର ଚାରିପାଖ ପରିକ୍ରମା କରିବାର ପରମ୍ପରା ରହିଛି ।