ଆଇଏଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ନିକୁଞ୍ଜ ବିହାରୀ ଧଳଙ୍କୁ ଅବକାରୀ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ।ଗ୍ରୀଡକୋ ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ । କୃଷି ସଚିବ ଅରବିନ୍ଦ ପାଢୀ ହସ୍ତତନ୍ତ ଓ ବୟନଶିଳ୍ପ ସଚିବ ବି ରହିବେ । ସୁରେଶ କୁମାର ବଶିଷ୍ଠଙ୍କୁ ମତ୍ସ୍ୟ ଓ ପ୍ରାଣୀ ସଂପଦ ସଚିବ ଦାୟିତ୍ୱ । ଶୁଭା ଶର୍ମା ହେଲେ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ।ଭାସ୍କରଜ୍ୟୋତି ଶର୍ମା ବିଜ୍ଞାନ ଓ ବୈଷୟିକ ସଚିବ ଦାୟିତ୍ୱରେ ରହିବେ । ଶାଳିନୀ ପଣ୍ଡିତଙ୍କୁ ସ୍ୱାସ୍ଥ୍ୟ ସଚିବ ଭାବେ ଦାୟିତ୍ୱ । ଗୁହା ପୁନମ , ତାପସ କୁମାର ହେଲେ ପଂଚାୟତିରାଜ ଅତିରିକ୍ତ ସଚିବ । ଡାକ୍ତର ବୃନ୍ଦା ଡି, ହେଲେ ମିଶନ ନିର୍ଦ୍ଦେଶକ ଏନଏଚଏମ ।ସଂଜୟ କୁମାର ମିଶ୍ରଙ୍କୁ ଓପିଟିସିଏଲ ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ।ସରୋଜ କୁମାର ମିଶ୍ର ହୋଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ।