କୋଭିଡ ଆକ୍ରନ୍ତ ଚିକିତ୍ସା ନିମନ୍ତେ ଆମେରିକାରେ ଫାଇଜର ବଟିକାକୁ ମିଳିଲା ଅନୁମତି । ଫାଇଜରର ପାକ୍ସଲୋଭିଡ୍ ୧୨ ବର୍ଷରୁ ଅଧିକ ଓ ୪୦ କେଜିରୁ ଅଧିକ ବ୍ୟକ୍ତି ଖାଇ ପାରିବେ । ମେଡିକାଲରେ ଭର୍ତ୍ତି ହେବା ପରି ଅବସ୍ଥା ଆସିବା ପୂର୍ବରୁ କରୋନା ଟେଷ୍ଟ କରି ଜଣେ ଘରେ ରହି ଏହି ବଟିକା ସେବନ କରିପାରିବେ। ଏନେଇ ଡାକ୍ତରଙ୍କ ପରାମର୍ଶ ନେବା ମଧ୍ୟ ଆବଶ୍ୟକ। କରୋନା ଚିହ୍ନଟ ହେବାର ପାଞ୍ଚ ଦିନ ମଧ୍ୟରେ ଏହି ବଟିକା ନେବାକୁ ପଡିବ।