ଓମିକ୍ରନ ଭାଇରସରୁ ବର୍ତ୍ତିବା ପାଇଁ ଇସ୍ରାଇଲ ଦେଉଛି ଚତୁର୍ଥ ଡୋଜ୍ ।୬୦ ବର୍ଷରୁ ଅଧିକ ଲୋକଙ୍କୁ ଦିଆଯାଉଛି ଏହି ଡୋଜ୍ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ବିଶେଷଜ୍ଞ ପ୍ୟାନେଲ ଚତୁର୍ଥ ଡୋଜ୍ ନେବାକୁ ସୁପାରିଶ କରିଛନ୍ତି । ଏହାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫ୍ଥାଲି ବେନେଟ ସ୍ୱାଗତ କରିଛନ୍ତି ।
ଏହା ଭଲ ଖବର ଯାହା ଆମକୁ ସାରା ବିଶ୍ୱରେ କାୟା ବିସ୍ତାର କରୁଥିବା ଓମିକ୍ରନ୍ ଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିବ ବୋଲି ନାଫ୍ଥାଲି କହିଛନ୍ତି । ତେବେ ଏହି ନିଷ୍ପତ୍ତି ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଆନୁଷ୍ଠାନିକ ଅନୁମୋଦନ ପାଇଁ ବିଚାରାଧୀନ ଅଛି । ତଥାପି ଇସ୍ରାଏଲ୍ ଲୋକଙ୍କୁ ଖୁବ ଶୀଘ୍ର ଟିକା ନେବା ପାଇଁ ସେ ଅନୁରୋଧ କରିଛନ୍ତି । କହିଛନ୍ତି ‘ସମୟ ନଷ୍ଟ ନ କରି ଟିକା ନିଅନ୍ତୁ ।