Odia News Portal

ଏଣିକି ୧୭ ବର୍ଷ ବୟସରେ ଭୋଟର ଆଇଡି କାର୍ଡ ପାଇଁ କରିପାରିବେ ଆବେଦନ

ନିର୍ବାଚନ ଆୟୋଗ ଗୁରୁବାର ଘୋଷଣା କରିଛି କି ୧୭ ବର୍ଷ ବୟସରୁ ଅଧିକ ବୟସର ସମସ୍ତ ଭାରତୀୟ ନାଗରିକ ଏବେ ଭୋଟର ଲିଷ୍ଟରେ ନିଜ ନାଁ ପୂର୍ବରୁ ହିଁ ରେଜିଷ୍ଟର କରାଇବା ପାଇଁ ଆବେଦନ କରିପାରିବେ । ନିର୍ବାଚନ ଆୟୋଗ ତରଫରୁ ଜାରି ବୟାନରେ କୁହାଯାଇଛି ଯୁବପିଢିଙ୍କୁ ଏବେ ଭୋଟର ଲିଷ୍ଟରେ ଏନରୋଲ୍ ହେବା ପାଇଁ ୧ ଜାନୁୟାରୀରେ ୧୮ ବର୍ଷର ବୟସ ପ୍ରାପ୍ତ କରିବା ପାଇଁ ପୂର୍ବ ଆବଶ୍ୟକ ମାନଦଣ୍ଡର ଅପେକ୍ଷା କରିବାକୁ ପଡିବନି ।ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଏବଂ ନିର୍ବାଚନ ଆୟୁକ୍ତ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ନେତୃତ୍ୱରେ ଭାରତୀୟ ନିର୍ବାଚନ ଆୟୋଗ ସମସ୍ତ ରାଜ୍ୟର ସିଇଓ, ଇଆଇଓ ଏବଂ ଏଇଆରଓଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି କି ଯୁବପିଢୀଙ୍କୁ ଏଣିକି ନିଜ ଅଗ୍ରିମ ଆବେଦନ ଦାଖଲ କରିବାରେ ସୁବିଧା ହେବ । ୧୭ ବର୍ଷରୁ ଅଧିକ ବୟସ୍କ ଯୁବକ/ଯୁବତୀ ଏବେ ଭୋଟର ଲିଷ୍ଟରେ ନିଜ ନାଁ ରେଜିଷ୍ଟର କରାଇବା ପାଇଁ ଅଗ୍ରିମ ରୂପେ ଆବେଦନ କରିପାରିବେ ।