ତ ରାଜ୍ୟରୁ ଉଠିଛି ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା । ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଏହାକୁ ରାଜ୍ୟବାସୀଙ୍କ ପାଇଁ ଦୀପାବଳି ଭେଟି କହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତିି, ଆଜି ରାଜ୍ୟ କ୍ୟାବିନେଟ ଚୁକ୍ତିଭିତ୍ତିିକ ନିଯୁକ୍ତି ବ୍ୟବସ୍ଥାକୁ ସବୁଦିନ ପାଇଁ ଉଛେଦ କରିବାକୁ ନିଷ୍ପତି ନେଇଛନ୍ତି । ଏବେ ବି ଅନେକ ରାଜ୍ୟରେ ନିୟମିତ ନିଯୁକ୍ତି ବନ୍ଦ ଅଛି । ଚୁକ୍ତିଭିତ୍ତିକ ନିଯୁକ୍ତି ଚାଲିଛି । କିନ୍ତୁ ଓଡିଶାରେ ଚୁକ୍ତିିଭିତ୍ତିକ ନିଯୁକ୍ତିର ଯୁଗ ଶେଷ ହୋଇଛି ଏନେଇ ଘୋଷଣା କରିବା ପରେ ସବୁଠି ଖୁସିର ଲହରୀ ଖେଳିଯାଇଛି । ଏମିତି କି ଜାତୀୟ ସ୍ତରରେ ମଧ୍ୟ ଓଡିଶା ସରକାରଙ୍କ ଏଭଳି ନିଷ୍ପତ୍ତିକୁ ପ୍ରଂଶସା କରାଯାଇଛି