Odia News Portal

ଗୁଜରାଟ ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା


ଖୁବ ଶୀଘ୍ର ଗୁଜରାଟ ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା

ଖୁବ ଶୀଘ୍ର ଗୁଜରାଟ ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା

By Newsroom Odisha Network on October 15, 2022

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଖୁବ ଶୀଘ୍ର ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ। ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ ଓ ମତଦାନ ଡିସେମ୍ବର ୪ ସୁଦ୍ଧା ଶେଷ ହେବ ବୋଲି ମନେ କରାଯାଉଛି । ନିର୍ବାଚନ ଆୟୋଗ ସୂତ୍ର ଅନୁଯାୟୀ, ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ଫଳାଫଳ ଗୋଟିଏ ଦିନରେ ଘୋଷଣା ହୋଇପାରେ । ଯଦିଓ ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ଫେବୃଆରୀ ୧୮ରେ ଶେଷ ହେବ, କିନ୍ତୁ ହିମାଚଳ ନିର୍ବାଚନ ଯେପରି ପ୍ରଭାବିତ ହେବ ନାହିଁ ସେଥିପାଇଁ ଗୁଜରାଟରେ ସମୟ ପୂର୍ବରୁ ନିର୍ବାଚନ ଶେଷ ହୋଇପାରେ ।

ନିର୍ବାଚନ ଆୟୋଗ ଶୁକ୍ରବାର କେବଳ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ । ରାଜ୍ୟରେ ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୧୨ରେ ହେବ ଓ ଡିସେମ୍ବର ୮ରେ ହେବ ଭୋଟ୍ ଗଣତି ।