ଆଜି ଝାଡଖଣ୍ଡ ଗିରିଡିହ ଜିଲ୍ଲାରେ ବଡ ଧରଣର ଅଘଟଣ ଘଟିଛି । ଏଠାରେ ଏକ ଡ୍ୟାମରେ ଡଙ୍ଗା ଓଲଟି ପଡିବାରୁ ୮ ଜଣ ନିଖୋଜ ଅଛନ୍ତି। ଖବର ପାଇ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛି । ନିଖୋଜମାନଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ୍ ଜାରୀ ରହିଛି । ଯାହା ସୂଚନା ମିଳିଛି, ଗିରିଡିହ ଜିଲ୍ଲା ଧନୱାର ଥାନା ଅଞ୍ଚଳରେ ସ୍ଥିତ ପଞ୍ଚଖେରୋ ଡ୍ୟାମରେ ଏହି ଡଙ୍ଗାଟି ଓଲଟି ପଡିଛି । ଏଥିରେ ମୋଟ ୧୦ ଜଣ ଲୋକ ଯାତ୍ରା କରୁଥିଲେ । ଦୁଇ ଜଣ ଲୋକେ କୌଣସିମତେ ଡ୍ୟାମରୁ ବାହାରକୁ ବାହାରିବାରେ ସକ୍ଷମ ହୋଇଥିଲେ । ହେଲେ ବାକି ୮ ଜଣ ପାଣିରେ ବୁଡି ଯାଇ ନିଖୋଜ ଅଛନ୍ତି ।
