Odia News Portal

ନୂଆ ବର୍ଷକୁ ନଜରରେ ରଖି ଲାଗିଲା କଟକଣା

ବଡଦିନ ଓ ନୂଆବର୍ଷ ଭିଡକୁ ନଜରରେ ରଖି ଲାଗିଲା କଟକଣା ।ବଡଦିନ , ନୂଆବର୍ଷ ପାଇଁ ଜଗତସିଂହପୁରରେ ଲାଗିଲା କଟକଣା । ୫ଦିନ ମନ୍ଦିର, ମସଜିଦ୍ , ଚର୍ଚ୍ଚ ସମେତ ଧର୍ମାନୁଷ୍ଠାନମାନଙ୍କରେ ସର୍ବସାଧାରଣ ସ୍ଥାନ ଉପରେ କଟକଣା ଲାଗୁ କରାଯାଇଛି । ନୂଆବର୍ଷରେ ପ୍ରସିଦ୍ଧ ମା ଶାରଳାଙ୍କ ମନ୍ଦିର ସମେତ ଗୋରେଖନାଥ ପୀଠରେ ପ୍ରବଳ ଗହଳି ଲାଗି ରହିଥାଏ । ତେବେ ପ୍ରବଳ ଭିଡ ହେଲେ କରୋନା ସଙ୍କ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲ ଜିଲ୍ଲାପାଳ ଏପରି କଟକଣା ଲଗାଇଛନ୍ତି । ଯେଉଁମାନେ ନିୟମକୁ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଏହାସହ ଜିରୋ ନାଇଟ୍ ସେଲିବ୍ରେସନକୁ ମନା ହୋଇଛି । ହୋଟେଲ, ପାର୍କ, କ୍ଲବ, ମଣ୍ଡପ ଓ ଅନ୍ୟାନ ଜନସମାଗମ ସ୍ଥାନରେ କୌଣସି କାର୍ୟ୍ୟକ୍ରମ କରାଯାଇପାରିବ ନାହିଁ । ଘରେ ରହି ନୂଆବର୍ଷ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ସ୍ଥାନରେ ପିକନିକ୍ ହୋଇପାରିବ ନାହିଁ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ କଡାକଡି କୁହାଯାଇଛି ।