Odia News Portal

ନୋଟ୍‌ରେ ଲକ୍ଷ୍ମୀ ଏବଂ ଗଣେଶ ; କେଜ୍ରିୱାଲ

ଆର୍ଥିକ ସଙ୍କଟରୁ ମୁକ୍ତି ପାଇଁ ଭାରତୀୟ ନୋଟ୍‌ରେ ହିନ୍ଦୁ ଦେବାଦେବୀଙ୍କ ଫଟୋ ରହୁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିବା ପରେ ଆରମ୍ଭ ହୋଇଛି ଆକ୍ଷେପ-ପ୍ରତିଆକ୍ଷେପ ରାଜନୀତି। ବିଜେପି କେଜ୍ରିୱାଲଙ୍କୁ ସମାଲୋଚନା କରି ଏହା ତାଙ୍କର ପଲଟିକାଲଷ୍ଟ ଣ୍ଟ ବୋଲି କହିଛି। ଏହାର ଜବାବ ଦେଇଛନ୍ତି ନିଜେ କେଜ୍ରିୱାଲ। ସେ କହିଛନ୍ତି ଯେ, ଯଦି ଏହା ଭୋଟରଙ୍କୁ ଆକର୍ଷିତ କରେ ତେବେ ତୁରନ୍ତ ବିଜେପି ଏହାକୁ କାର୍ଯ୍ୟକାରୀ କରୁ।  କେଜ୍ରିୱାଲଙ୍କ ଦାବି ଏକ ଅବାନ୍ତର ଯୁକ୍ତି।  ହିନ୍ଦୁ ଦେବାଦେବୀଙ୍କୁ ନେଇ ଏଭଳି ମନ୍ତବ୍ୟ ଦେବା କେଜ୍ରିୱାଲଙ୍କ ହିପୋକ୍ରାଟ ମାନସିକତାକୁ ଦର୍ଶାଉଛି।  ଆଗକୁ  ହିମାଚଳ ପ୍ରଦେଶ ଓ ଗୁଜରାଟ ବିଧାନସଭା ନିର୍ବାଚନ ଥିବାରୁ କେଜ୍ରିୱାଲଙ୍କର ଏହା ହେଉଛି ଏକ ପ୍ରକାର ରାଜନୈତିକ ଷ୍ଟଣ୍ଟ। ତେବେ ବିଜେପିର ଆକ୍ଷେପ ପରେ ଜବାବ ଦେଛନ୍ତି କେଜ୍ରି‌ୱାଲ। ସେ କହିଛନ୍ତି ଯେ, ଯଦି ନୋଟ୍‌ରେ ଲକ୍ଷ୍ମୀଙ୍କ ଫଟୋ ରହିଲେ ଭୋଟରଙ୍କୁ ଆକର୍ଷିତ କରିବ ତେବେ ଏହାକୁ ତୁରନ୍ତ କାର୍ଯକାରୀ କରାଯିବା ଉଚିତ ବୋଲି ସେ କହିଛନ୍ତି।

ଅର୍ଥନୀତିକୁ ପୂର୍ବ ଧାରାକୁ ଆଣିବା ଲାଗି ନୂଆ ଟଙ୍କାରେ  ପ୍ରଭୁ ଗଣେଶ ଓ ଦେବୀ ଲକ୍ଷ୍ମୀଙ୍କ ଫଟୋ ଛାପିବା ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କେନ୍ଦ୍ର ସରକାରଙ୍କୁ ଗତକାଲି ଅନୁରୋଧ କରିଥିଲେ। କେଜ୍ରିୱାଲ୍‌ କହିଛନ୍ତି, ଅର୍ଥନୀତିକୁ ପୂର୍ବ ଧାରାକୁ ଆଣିବା ପାଇଁ ଆମକୁ ବହୁ ଉଦ୍ୟମ କରିବାକୁ ପଡ଼ିବ। ଉଦ୍ୟମ ସହିତ ଦେବାଦେବୀଙ୍କ ଆଶିଷ ମଧ୍ୟ ଆବଶ୍ୟକ।