Odia News Portal

ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟ ଉପରେ ଇଡିର ଚଢ଼ାଉ

ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ପଚରାଉଚରା କରିବାର କିଛି ଦିନ ପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ଖବରକାଗଜ କାର୍ଯ୍ୟାଳୟ ସମେତ ପ୍ରାୟ ଦଶଟି ସ୍ଥାନରେ ଚଢ଼ାଉ କରିଛି।

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀଙ୍କୁ ତିନୋଟି ଦଫାରେ ଇଡି ୧୦୦ ରୁ ଅଧିକ ପ୍ରଶ୍ନ ପଚାରିଥିଲେ। ସୋନିଆଙ୍କ ପୂର୍ବରୁ ତାଙ୍କ ପୁଅ ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ପାଞ୍ଚ ଦିନ କାଳ ଜେରା ସହ ପ୍ରାୟ ୧୫୦ଟି ପ୍ରଶ୍ନ ପଚରାଯାଇଥିଲା