Odia News Portal

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତୀଙ୍କ ଚିଠି

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତୀଙ୍କ ଚିଠି । ଓଡ଼ିଶାର ସବୁ ରେଳ ଷ୍ଟେସନକୁ ଗୋଟିଏ ଜୋନ୍ ଅଧୀନରେ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପତ୍ର ଲେଖି ରାଉରକେଲା ରେ ନୂତନ ରେଳ ଡିଭିଜନ କରି ତା ଅଧୀନରେ ଝାରସୁଗୁଡ଼ା ଷ୍ଟେସନକୁ ରଖିବା ପାଇଁ ଚିଠି ଲେଖିଛନ୍ତି । ଝାରସୁଗୁଡ଼ା ଜିଲ୍ଲାରେ ରହିଥିବା ଷ୍ଟେସନ ଗୁଡିକ ୪ଟି ପୃଥକ ଡିଭିଜନ ଓ ୩ଟି ଜୋନ୍ ଅଧୀନରେ ଆସୁଛି। ଯାହାଫଳରେ ଓଡ଼ିଶାର ରାଜସ୍ଵ ଅନ୍ୟ ରାଜ୍ୟକୁ ଯାଉଛି । ଏସବୁ ଦୃଷ୍ଟିରୁ ଝାରସୁଗୁଡା ମଧ୍ଯ ରେଳ ଡିଭିଜନ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି ଦାବି କରାଯାଇଛି।