ବାଲିଗୁଡା କନ୍ଧମାଲ ଜିଲା ତୁମୁଡିବନ୍ଧ ବନ ବିଭାଗ ଦ୍ଵାରା ଜୀବନ୍ତ ବଜ୍ର କାପ୍ତା ଉଦ୍ଧାର ହୋଇଛି । ୨ ଜଣ ବ୍ୟବସାୟୀ ବଜ୍ରକାପ୍ତା ଧରି ବିକ୍ରି କରିବାକୁ ଯୋଜନା କରୁଥିଲେ।
ବିଶେଷ ସୂତ୍ର ରୁ ଖବର ପାଇ ତୁମୁଡିବନ୍ଧ ବନ ବିଭାଗ କରକୁଡୁପା ଅଂଚଳ କୁ ଯାଇ ପୂର୍ବରୁ ଛକି ରହିଥିଲେ। ୨ ବ୍ୟବସାୟୀ ବଜ୍ରକାପ୍ତା ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ବନବିଭାଗ ଟିମ୍ ଚଢାଉ କରିଥିଲେ। ସେମାନଙ୍କ ଠାରୁ ବଜ୍ରକାପ୍ତା ଜବଦ କରିବା ସହ ୨ ବ୍ୟବସାୟୀଙ୍କୁ ଗିରଫ କରିଥିଲେ।
