ଦେଶର ପ୍ରମୁଖ ସଂସ୍କାର ସହ ଜଡିତ ବିଲ୍ ବୁଧବାର କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ଏଥିରେ ମହିଳାଙ୍କ ବିବାହ ବୟସକୁ ନେଇ ଏକ ବଡ ଖବର ଆସିଛି। ମିଳିଥିବା ସୂଚନା ଅନୁସାରେ, ବାଳକ ଓ ବାଳିକାମାନଙ୍କ ପାଇଁ ସର୍ବନିମ୍ନ ବିବାହ ବୟସକୁ ୨୧ ବର୍ଷ କରିବା ପାଇଁ କ୍ୟାବିନେଟ୍ ଏହି ବିଲ୍ ଅନୁମୋଦନ କରିଛି। ଯଦି ଏହି ନିୟମ ଲାଗୁ ହୁଏ, ତେବେ ସବୁ ଧର୍ମ ଓ ବର୍ଗଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି । ଏହା ପୂର୍ବରୁ ୧୯୭୮ ମସିହାରେ ବିବାହ ଆଇନରେ ସଂଶୋଧନ ଅଣାଯାଇଥିଲା । ସେ ସମୟରେ ଝିଅଙ୍କ ବିବାହ ବୟସ ୧୫ ବର୍ଷରୁ ୧୮ ବର୍ଷ ହୋଇଥିଲା । ଏବେ ସରକାର ଏହାକୁ ବଦଳାଇବା ପାଇଁ ବାଲ୍ୟ ବିବାହ ନିଷେଧ ଆଇନ, ସ୍ପେଶାଲ ମ୍ୟାରେଜ ଆକ୍ଟ ଓ ହିନ୍ଦୁ ମ୍ୟାରେଜ ଆକ୍ଟରେ ସଂଶୋଧନ କରିବେ।
ଖବର ଅନୁଯାୟୀ ଝିଅମାନଙ୍କର ସର୍ବନିମ୍ନ ବୟସକୁ ବିଚାର କରିବା ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯାଇଥିଲା । ଯାହା ଗତ ବର୍ଷ ଡିସେମ୍ବରରେ ଘଓଞଓ ଆୟୋଗକୁ ଏହାର ରିପୋର୍ଟ ଦାଖଲ କରିଥିଲା ଜ୍ଝ ମହିଳାଙ୍କ ବିବାହ ବୟସକୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ଏହି ଟାସ୍କଫୋର୍ସ ଏକ ସମ୍ପୂର୍ଣ୍ଣ ରୋଲ ଆଉଟ୍ ଯୋଜନା ଦାଖଲ କରିଥିଲା । ଯେଉଁଥିରେ ଦେଶର ସମସ୍ତ ବିଭାଗରେ ସମାନ ଭାବରେ ଏହାକୁ କାର୍ୟ୍ୟକାରୀ କରିବା ପାଇଁ ଏକ ଦୃଢ ସୁପାରିଶ କରାଯାଇଥିଲା।
୧୦ ଜଣିଆ ଟାସ୍କଫୋର୍ସ ଦେଶର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ପଣ୍ଡିତ, ଆଇନ ବିଶେଷଜ୍ଞ, ନାଗରିକ ସମାଜ ସଂଗଠନର ନେତାଙ୍କ ସହିତ ପରାମର୍ଶ କରିଥିଲେ । ୱେବିନାର୍ ମାଧ୍ୟମରେ ଦେଶର ମହିଳା ପ୍ରତିନିଧୀଙ୍କ ସହ ସିଧାସଳଖ ଯୋଗାଯୋଗ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ୟୁନିସେଫ ଅନୁଯାୟୀ, ପ୍ରତିବର୍ଷ ଭାରତରେ ୧.୫ ନିୟୁତ ବାଳିକା ୧୮ ବର୍ଷରୁ କମ୍ ବୟସରେ ବିବାହ କରଛନ୍ତି ।
ତେବେ ମୋଦି ସରକାରଙ୍କ କାର୍ୟ୍ୟକାଳ ମଧ୍ୟରେ ବିବାହ ସମ୍ବନ୍ଧରେ ଏହା ହେଉଛି ଦ୍ୱିତୀୟ ପ୍ରମୁଖ ସଂସ୍କାର ଯାହା ସମସ୍ତ ଧର୍ମ ପାଇଁ ସମାନ ପ୍ରଯୁଜ୍ୟ ହେବ। ଏହାପୂର୍ବରୁ, ୩୦ ଦିନ ମଧ୍ୟରେ ଘଜଓ ବିବାହ ପଞ୍ଜିକରଣ ପାଇଁ କ୍ୟାବିନେଟ୍ ଏକ ବଡ ପଦକ୍ଷେପ ନେଇଥିଲା ଜ୍ଝ ବିବାହର ବୟସକୁ ସମାନ ୨୧ ବର୍ଷରେ ରଖିବା ପାଇଁ ଟାସ୍କଫୋର୍ସ ଟି ଆଇନରେ ସଂଶୋଧନ କରିବାକୁ ପରାମର୍ଶ ଦେଇଛନ୍ତି । ବାଳିକାମାନଙ୍କ ସର୍ବନିମ୍ନ ବୟସର ଶେଷ ପରିବର୍ତ୍ତନ ୧୯୭୮ ରେ କରାଯାଇଥିଲା ଏବଂ ଏଥିପାଇଁ ଶାରଦା ଆକ୍ଟ ୧୯୨୯ ଅନୁଯାୟୀ ୧୫ ରୁ ୧୮ ବର୍ଷକୁ ପରିବର୍ତ୍ତନ କରାଯାଇଥିଲା । ଏହାଛଡା ରେଜିଷ୍ଟ୍ରାର ଜେନେରାଲ୍ ଅଫ୍ ଇଣ୍ଡିଆ ଜନଗଣନା ଅନୁଯାୟୀ ଦେଶରେ ୧୮ ରୁ ୨୧ ବର୍ଷ ମଧ୍ୟରେ ବିବାହ କରିଥିବା ଝିଅଙ୍କ ସଂଖ୍ୟା ପ୍ରାୟ ୧୬୦ ନିୟୁତ ରହିଛି ।
Sign in
Sign in
Recover your password.
A password will be e-mailed to you.
