ଭୁବନେଶ୍ୱରରୁ କୋଣାର୍କ ୭୧ ନମ୍ବର ରୁଟରେ ବନ୍ଦ ପଡ଼ିଥିବା ମୋ ବସ୍ ଚଳାଚଳ ଦାବି। ମଙ୍ଗଳବାର ସକାଳ ୮ଟାରେ ମାଧପୁର ଛକରେ ଶତାଧିକ କୋଣାର୍କ ବାସିନ୍ଦା ପଦଯାତ୍ରାରେ ବାହାରି ବଜାର ପରିକ୍ରମା କରିଥିଲେ। ଯଦି ବରମୁଣ୍ଡାରୁ କୋଣାର୍କ ମୋ ବସ୍ ଚଳାଚଳ ସ୍ଵାଭାବିକ ନହୁଏ ତେବେ ସମସ୍ତ ବ୍ୟବସାୟୀ ମହାସଙ୍ଘ ଏବଂ ସ୍ଥାନୀୟ ଲୋକଙ୍କ ସମର୍ଥନରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କୋଣାର୍କ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି।
ଏନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନାହିଁ। ଏହି ପ୍ରତିବାଦରେ ଯୁବ ସାମ୍ବାଦିକ ଦୁର୍ଗା ପ୍ରସାଦ ମହାପାତ୍ର, କୋଣାର୍କ ଏନଏସି ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, ଶିକ୍ଷାବିତ୍ ରାମକୃଷ୍ଣ ମହାନ୍ତି, ଶିକ୍ଷାବିତ୍ ଶରତ ଚନ୍ଦ୍ର ପ୍ରଧାନ, ଶିମିଳି ପଞ୍ଚାୟତ ସରପଞ୍ଚ ବିଶ୍ୱଜିତ ସ୍ୱାଇଁ, କୋଣାର୍କ ଏନଏସି କାଉନସିଲର ସମୟ ରଞ୍ଜନ ସାହୁ, ସୌମ୍ୟ ସୌରଭ ଦାଶ, ନିହାର ରଞ୍ଜନ ବେଉରା, ଦିଲ୍ଲୀପ କୁମାର ଦାଶ, ସ୍ୱେଚ୍ଛାସେବୀ ଚନ୍ଦ୍ରକାନ୍ତ ବରାଳଙ୍କ ସମେତ କୋଣାର୍କ ସୁରକ୍ଷା ସମିତିର ଆବାହକ ଭାଗିରଥି ସ୍ୱାଇଁ ସାମିଲ ହୋଇଥିଲେ।