ଆଜି ଦିଲ୍ଲୀର ଏକ କୋର୍ଟରେ ହାଜର ହୋଇଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଛି। ସିବିଆଇର ଆବେଦନ ଉପରେ ତେଜସ୍ୱୀ ଯାଦବ ନିଜର ଉତ୍ତର ଦାଖଲ କରିଛନ୍ତି। ତେବେ ତେଜସ୍ୱୀ ଯାଦବଙ୍କ ଉତ୍ତରକୁ ସିବିଆଇ ବିରୋଧ କରିଛି।
ସାମ୍ବାଦିକ ସମ୍ମିଳନୀରେ ତେଜସ୍ୱୀ ଦେଇଥିବା ବିବୃତ୍ତିକୁ ସିବିଆଇ ବିରୋଧ କରିବା ସହ ବଡ ଅଭିଯୋଗ ଆଣିଛି। ସିବିଆଇ କହିଛି ଯେ, ତଦନ୍ତକୁ ପ୍ରଭାବିତ କରିବା ପାଇଁ ଅଫିସରଙ୍କୁୁ ଧମକ ଦିଆଯାଉଛି। ଏଜେନ୍ସିର ଭାବଭୂର୍ତ୍ତିକୁ ଖରାପ କରିବାକୁ ତେଜସ୍ୱୀ ଚେଷ୍ଟା କରିଥିଲେ। ଏହି ମାମଲା ସହ ଜଡିତ ତଦନ୍ତକାରୀ ଅଧିକାରୀଙ୍କୁ ଥରେ ନୁହେଁ ଦୁଇଥର ଆକ୍ରମଣ କରାଯାଇଥିଲା। କେବଳ ସେତିକି ନୁହେଁ ମାମଲାର ସାକ୍ଷୀ ଥିବା ଲୋକଙ୍କୁ ମଧ୍ୟ ଧମକ ଦିଆଯାଇଥିବା ସିବିଆଇ କହିଛି।