Odia News Portal

ବାଚସ୍ପତିଙ୍କୁ ଭେଟିଲେ ପଦ୍ମପୁରର ନୂଆ ବିଧାୟିକା; ୧୪ରେ ଶପଥ ନେବେ ବର୍ଷା

ପଦ୍ମପୁର ନିର୍ବାଚନରେ ବିଜୟୀ ହେବା ପରେ ଆଜି ବାଚସ୍ପତିଙ୍କୁ ଭେଟିଛନ୍ତି ନୂଆ ବିଧାୟିକା ବର୍ଷା ସିଂ ବରିହା । ବାଚସ୍ପତି ବିକ୍ର୍ରମ କେଶରୀ ଆରୁହାଙ୍କ ବାସଭବନକୁ ଯାଇ ବର୍ଷା ତାଙ୍କୁ ଭେଟିଛନ୍ତି । ପଦ୍ମପୁରରେ ବିଶାଳ ବିଜୟ ପାଇଁ ବର୍ଷାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ବାଚସ୍ପତି ଆରୁଖ ।

ନିର୍ବାଚନରେ ବିଜୟୀ ହେବା ପରେ ଆସନ୍ତା ୧୪ ତାରିଖରେ ଦିନ ୧୧.୩୦ରେ ବର୍ଷା ବିଧାୟିକା ଭାବରେ ଶପଥ ଗ୍ରହଣ କରିବେ । ବିଜୟୀ ହେବା ପରେ ଗତକାଲି ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଥିବା ବେଳେ ଆଜି ବାଚସ୍ପତିଙ୍କ ବାସଭବନରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ବର୍ଷାଙ୍କୁ ପଦ୍ମପୁରବାସୀଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ । ନବୀନଙ୍କୁ ଭେଟିବା ପୂର୍ବରୁ ବର୍ଷା ଶ୍ୱଶୁର ଘରକୁ ଯାଇ ଶାଶୁ ଓ ଶ୍ୱଶୁରଙ୍କ ଆର୍ଶୀବାଦ ନେଇଥିଲେ । ବର୍ଷା ଗଣମାଧ୍ୟମକୁ କହିଥିଲେ ଏବେ ପଦ୍ମପୁର ତାଙ୍କର କର୍ମଭୂମି ଏବଂ ସେ ଅଂଚଳର ବିକାଶ ତାଙ୍କର ପ୍ରାଥମିକତା । ବାପାଙ୍କ ପରି ଲୋକଙ୍କ ସେବା କରିବେ ଓ ଲୋକଙ୍କ ଭରସା ଓ ବିଶ୍ୱାସ ଭାଂଗିବେନି ବୋଲି କହିଛନ୍ତି ବର୍ଷା