Odia News Portal

ବୃଦ୍ଧ ଦଂପତିଙ୍କ ପ୍ରେମ,ନିଜେ ଖୋଳିଲେ ନିଜ ସମାଧି

ନିଜର ମୃତ୍ୟୁ ପାଇଁ ୮୦ ବର୍ଷୀୟ ଦଂପତ୍ତି ନିଜର କବର ଖୋଳିଛନ୍ତି । ଏହା ବିଶ୍ୱାସ ନହେଲେ ମଧ୍ୟ ଏକ ସତ୍ୟ ଘଟଣା । ତାହା ପୁଣି ଓଡିଶାର ଗଜପିତ ଜିଲ୍ଲା ରେ ଘଟିଛି । ଏହି ଜିଲ୍ଲା ଅନ୍ତର୍ଗତ ସୌରୀ ଗାଁ ର ୮୦ ବର୍ଷର ବୃଦ୍ଧ ଲକ୍ଷ୍ମଣ ଭୂୟାଁ ନିଜ ପାଇଁ ଏବଂ ତାଙ୍କ ପତ୍ନୀଙ୍କ ପାଇଁ ୧.୫ ଲକ୍ଷ ଟଙ୍କା ବ୍ୟୟରେ ଏହି କବର ବା ସମାଧି ଖୋଳିଛନ୍ତି । ସେଥରେ ପୁଣି ମାର୍ବଲ ଲଗାଇଛନ୍ତି । ପ୍ରତିଦିନ ଏହାକୁ ପୋଛା ପୋଛି କରି ଯତ୍ନ ନେଉଛନ୍ତି । ସ୍ୱାମୀ ସ୍ତ୍ରୀ ବୟସର ଶେଷ ପାହାଚରେ ପହଂଚି ସାରିଲେଣି । କିଏ କାହାକୁ ଆଗ ଛାଡି ଦୁନିଆରୁ ବିଦାୟ ନେବ ତାହା ସେମାନେ ଜାଣିନାହାନ୍ତି କିମ୍ବା ଏକ ସଂଗରେ ୨ଜଣ ସଂସାର ଛାଡି ଯିବେ ତାହା ବି ଜାଣିନାହାନ୍ତି ତଥାପି ସେମାନେ ପରସ୍ପରକୁ ଏତେ ଭଲ ପାଉଛନ୍ତି ଯେ ସେମାନେ ନିଜ ପାଇଁ ନିଜେ କବର ସ୍ଥାନ ବା ସମାଧି ପୀଠ ଟିଏ କରିଛନ୍ତି ।ଲକ୍ଷ୍ମଣଙ୍କ ପୁଅ ବୋହୁ ଥିଲେ ମଧ୍ୟ ପିତା ମାତାଙ୍କୁ ପଚାରୁ ନଥିବାରୁ ଉଭୟେ ସେମାନଙ୍କ ପାଇଁ ଏହି କବର ନିର୍ମାଣ କରିଛନ୍ତି । ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କ ପ୍ରେମ ଓ ସ୍ମୁ଼ତି ବଂଚାଇ ରଖିବା ପାଇଁ ନିଜ ତରଫରୁ ନିଜ ମୃତ୍ୟୁ ପୂର୍ବରୁ ଏଭଳି ଏକ ସ୍ମୁତି ରଖିଛନ୍ତି ।