Odia News Portal

ଭାରତରେ କରୋନାର ନୂଆ ଭାରିଆଣ୍ଟ

ଭାରତରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ଓମିକ୍ରନର ସବ୍ ଭାରିଆଣ୍ଟ ବିଏ.୨.୭୫ କୁ ନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଭାରତରେ ଓମିକ୍ରନର ସବ୍ ଭାରିଆଣ୍ଟ ଠାବ ହେବାକୁ ନେଇ ଚିନ୍ତା ବ୍ୟକ୍ତ କରିଛି ହୁ। ଏହାସହ ବିଶେଷଜ୍ଞ ଏହା ଉପରେ ନଜର ରଖିଛନ୍ତି ବୋଲି ଏକ ପ୍ରେସମିଟରେ ହୁ ର ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଗତ ଦୁଇ ସପ୍ତାହ ମଧ୍ୟରେ ପୂରା ବିଶ୍ୱରେ କରୋନା ସଂକ୍ରମଣ ୩୦ ପ୍ରତିଶତ ବୃଦ୍ଧି ପାଇଛି । ୟୁରୋପରେ ବିଏ -୪, ଆମେରିକାରେ ବିଏ.୫ ଭାରିଆଣ୍ଟ ଯୋଗୁ ସଂକ୍ରମଣ ବଢ଼ୁଥିବା ବେଳେ ଭାରତରେ ଓମିକ୍ରନର ସବ୍ ଭାରିଆଣ୍ଟ ବିଏ.୨.୭୫ ଠାବ ହୋଇଛି ବୋଲି ହୁ ପକ୍ଷରୁ କୁହାଯାଇଛି । ପ୍ରଥମେ ଭାରତରେ ଚିହ୍ନଟ ହେବା ପରେ ଏହି ଭାରିଆଣ୍ଟ ଅନ୍ୟ ୧୦ ଦେଶରେ ମଧ୍ୟ ଚିହ୍ନଟ ହୋଇଛି ।