ପଞ୍ଚାୟତ ନିର୍ବାଚନରେ ପାର୍ଥୀ ଭୁଲ ତଥ୍ୟ ଦେଲେ ୬ ମାସ ଜେଲ୍ ଦଣ୍ଡ ସହ ଜୋରିମାନା ଦବାକୁ ପଡିବ ।
ପଞ୍ଚାୟତ ନିର୍ବାଚନରେ ସ୍ୱଚ୍ଛତା ଆଣିବାକୁ ଓ ପଞ୍ଚାୟତ ଆଇନର ସଂଶୋଧନ ପାଇଁ ରାଜ୍ୟ ସରକାର ଏହି ଅଧ୍ୟାଦେଶ ଜାରି କରିଛନ୍ତି । ଓଡ଼ିଶା ଗ୍ରମପଞ୍ଚାୟତ ଆଇନ ୧୯୬୪, ଓଡ଼ିଶା ପଞ୍ଚାୟତ ସମିତି ଆଇନ ୧୯୫୯, ଜିଲ୍ଲା ପରିଷଦ ଆଇନ ୧୯୯୧ର ସଂଶୋଧନ କରାଯିବ ।
ଅଧ୍ୟାଦେଶ ଅନୁସାରେ ନାମାଙ୍କନ ପତ୍ର ଦାଖଲ ବେଳେ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ନିଜର ଅପରାଧିକ ମାମଲା, ସ୍ଥାବର ଅସ୍ଥାବର ସମ୍ପତ୍ତି ସମ୍ପୂର୍ଣ୍ଣ ତାଲିକା, ଶିକ୍ଷାଗତ ଯୋଗ୍ୟତା ସତ୍ୟପାଠ ଜରିଆରେ ଦେବେ। ନାମାଙ୍କନ ବେଳେ ଭୁଲ ତଥ୍ୟ ଦେଲେ ୬ମାସ ପର୍ୟ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା ଅର୍ଥ ଜରିମାନା ଦଣ୍ଡ ଭୋଗିବାକୁ ପଡ଼ିପାରେ ।