Odia News Portal

ମଧ୍ୟପ୍ରଦେଶରେ ଏଣିକି ହିନ୍ଦୀ ଭାଷାରେ ପଢାଯିବ ମେଡିକାଲ ପାଠ

ଅଟୋନୋମି , ବାୟୋକେମେଷ୍ଟ୍ରି, ଓ ଫିଜିଓଲୋଜି ଭଳି ଏମବିବିଏସ ପାଠ୍ୟକ୍ରମକୁ ହିନ୍ଦୀ ଭାଷାରେ ପଢିବେ ଛାତ୍ରଛାତ୍ରୀ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଆଜି ମଧ୍ୟପ୍ରଦେଶରେ ଏହି ହିନ୍ଦୀ ପାଠ୍ୟକ୍ରମର ଶୁଭାରମ୍ଭ କରିବେ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ସୂଚନା ଦେଇଛନ୍ତି।ମଧ୍ୟପ୍ରଦେଶରେ ହିନ୍ଦୀ ଭାଷାରେ ମେଡିକାଲ ପାଠ ପଢାଯିବା ଦେଶରେ ପ୍ରଥମ ହେବ। ହିନ୍ଦି ଭାଷାରେ ମେଡିକାଲ ଏବଂ ଇଞ୍ଜିନିୟରି ପଢାଯାଇପାରିବ ନାହିଁ ବୋଲି ଯେଉଁ ଧାରଣା ଅଛି ତାର ଅବସାନ ଘଟିବ। ଯାହାଦ୍ବାରା ହିନ୍ଦିରେ ପାଠ ପଢିଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ପଢିବାରେ ଆଉ କୌଣସି ସମସ୍ୟା ହେବନାହିଁ। ଭୋପାଳର ଗାନ୍ଧୀ ମେଡିକାଲର ଏକ ଟିମ ପକ୍ଷରୁ ଗତ ଫ୍ରେବୃଆରୀ ମାସରୁ ମେଡିକାଲ ପାଠ୍ୟକ୍ରମର ଇଂରାଜୀ ପୁସ୍ତକକୁ ହିନ୍ଦିରେ ଅନୁବାଦ କରାଯାଇଥିଲା। ଯେଉଁଥିପାଇଁ 97ଜଣ ମେଡିକାଲ ଶିକ୍ଷକଙ୍କୁ 5568ଘଣ୍ଟା ସମୟ ଲାଗିଥିଲା।