ରାଜଧାନୀରେ ମାତିଛନ୍ତି ପକେଟ୍ ମାର ନାବାଳିକା ଗ୍ୟାଙ୍ଗ୍ । ଭୁବନେଶ୍ବର ସ୍ଥିତ ରସୁଲଗଡ ଅଞ୍ଚଳରେ ଥିବା ଏହି ଗ୍ୟାଙ୍ଗର କିଛି ସଦସ୍ୟ ଯାତ୍ରୀଙ୍କ ବ୍ୟାଗରୁ ଲୁଟ୍ କରୁଥିବା ବେଳେ ଧରିଲେ ସ୍ଥାନୀୟ ଲୋକ । ଏନେଇ ଅଭିଯୋଗ ହେବା ପରେ ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହି ଗ୍ୟାଙ୍ଗର ଜଣେ ନାବାଳିକା ସଦସ୍ୟକୁ ଗିରଫ କରିଛି ସହିଦନଗର ପୋଲିସ । ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଅନ୍ୟ କେଉଁମାନେ ଏହି ଗ୍ୟାଙ୍ଗରେ ସଂପୃକ୍ତ ଅଛନ୍ତି ସେମାନଙ୍କର ଅନ୍ୟ କାହା ସହ ଲିଙ୍କ୍ ଅଛି ସେନେଇ ଅଧିକ ଖୋଳତାଡ କରୁଛି ପୋଲିସ ।