ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ଲିଟିବାହାଲ ଗାଁ ର ଶ୍ୟାମ ମାଝୀଙ୍କ ବଳଦକୁ ଗୁହାଳରୁ ଟାଣି ନେଇ ମାରି ଖାଇଲା ବାଘ ।
ସୂଚନାନୁଯାୟୀ, ଗତକାଲି ସନ୍ଧ୍ୟାରେ ଶ୍ୟାମ ନିଜ ବଳଦକୁ ଗୁହାଳରେ ବାନ୍ଧି ଶୋଇଥିଲେ। ଆଜି ସକାଳୁ ଉଠି ଦେଖିବା ବେଳେ ଗୁହାଳରେ ବଳଦ ନଥିଲା। ତାକୁ ଖୋଜାଖୋଜି କରିବାରୁ ଘର ଠାରୁ ଶହେ ମିଟର ଦୂର କପା ବାଡ଼ିରେ ବଳଦର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ବାଘ ବଳଦର ରକ୍ତ ଶୋଷି ଅନ୍ତଃବୁଜୁଳା ଫାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ଏହି ଖବର ପାଇ କୋମନା ବନ ବିଭାଗ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଲୋକମାନଙ୍କୁ ସଚେତନ କରୁଛନ୍ତି ।