ଜୀବନ ଯୁଦ୍ଧରେ ହାରିଗଲେ ବାୟୁସେନା ଗ୍ରୁପ କ୍ୟାପଟେନ ବରୁଣ ସିଂ । ତାମିଲନାଡୁ କୁନ୍ନୁରରେ ବାୟୁସେନା ଚପର କ୍ରାସ୍ ଘଟଣାରେ ୭ ଦିନ ପରେ ଜୀବନ-ମୃତ୍ୟୁ ସହ ଲଢି ଶେଷରେ ଆଖି ବୁଜିଛନ୍ତି ବରୁଣ। ଏନେଇ ଟ୍ଵିଟ କରି ଜଣାଇଲା ଭାରତୀୟ ବାୟୁସେନା।
ସୂଚନାଯୋଗ୍ୟ ଯେ, ତାମିଲନାଡୁର କୁନ୍ନୁରରେ ଡିସେମ୍ବର ୮ ତାରିଖ ଦିନ ହୋଇଥିବା ଦୁର୍ଘଟଣାରେ ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂହ ଏକମାତ୍ର ଜୀବିତ ଉଦ୍ଧାର ହୋଇଥିଲେ ।
ଉଦ୍ଧାର ପରେ ବେଙ୍ଗଳୁରୁରେ ତାଙ୍କୁ ଚିକିତ୍ସା ଚାଲିଥିଲା । ବିମାନ ଦୁର୍ଘଟଣାରେ ଗୁରୁତର ଆହତ ବରୁଣଙ୍କୁ ବେଙ୍ଗାଳୁରୁକୁ ଏୟାରଲିଫ୍ଟ କରାଯାଇଥିଲା । ହାଲୁକା ଲଢୁଆ ବିମାନ ବା ଏଲସିଏର ଦକ୍ଷ ପାଇଲଟ ବରୁଣ ଗତବର୍ଷ ଅକ୍ବୋବର ୧୨ ତାରିଖରେ ଏକ ବଡ ଦୁର୍ଘଟଣାରୁ ଅତି ଆଶ୍ଚର୍ୟ୍ୟଜନକ ଭାବେ ରକ୍ଷା ପାଇଯାଇଥିଲେ । ସାହସିକତା ଲାଗି ତାଙ୍କୁ ଶୌର୍ୟ୍ୟ ଚକ୍ର ଉପାଧିରେ ଭୂଷିତ କରାଯାଇଥିଲା । ପୂର୍ବରୁ ଏହି ବିମାନ ଦୁର୍ଘଟଣାରେ ସିଡିଏସ ବିପିନ ରାଓ୍ବତ, ତାଙ୍କ ପତ୍ନୀ ଏବଂ ୧୧ ଜଣ ବୀର ଯବାନ ସହିଦ ହୋଇଥିଲେ ।