Odia News Portal

ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ , ସିଂହଦ୍ଵାର ଥାନାରେ ଏତଲା

ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବିଜେ ଶ୍ରୀଜଗନ୍ନାଥଙ୍କ ଫଟୋ ଭାଇରାଲ୍ ଘଟଣା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏ ନେଇ ଥାନାରେ ଏତଲା ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ୱାର ଥାନାରେ ଏତଲା ଦେଇଛି । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି.ଏସ.ଚନ୍ଦ୍ର ଶେଖର ରାଓ ଏହି ଏତଲା ଦେଇଛନ୍ତି।

ଆକାଶ ଚୌଧୁରୀ ନାମକ ଜଣେ ଯୁବକ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋ ଜଗମୋହନ ଭିତରକାଠ ନିକଟରୁ ଦର୍ଶନ ସମୟର ଉଠାଯାଇଥିବା ଜଣାପଡ଼ିଛି।