Odia News Portal

ଶ୍ରୀଲଙ୍କାରେ ପୁଣି ଖୋଲିଲା ସ୍କୁଲ

ଶ୍ରୀଲଙ୍କାରେ ଏବେ ସଙ୍କଟ ଗମ୍ଭୀର ହୋଇଛି । ଇନ୍ଧନ ଅଭାବ ଯୋଗୁ ଗତ ୪ ଜୁଲାଇରୁ ବନ୍ଦ ଥିବା ସ୍କୁଲ ସୋମବାର ଠାରୁ ଖୋଲିଛି । ଶିକ୍ଷା ମନ୍ତ୍ରାଳୟ ମୁତାବକ, ଦେଶରେ ସମସ୍ତ ସରକାରୀ ଓ ସରକାରୀ ମାନ୍ୟତା ପ୍ରାପ୍ତ ବେସରକାରୀ ସ୍କୁଲ ପୁଣିଥରେ ଖୋଲିଛି । ଶ୍ରୀଲଙ୍କାର ଏକ ନ୍ୟୁଜ୍ ଏଜେନ୍ସ ସୂଚନା ମୁତାବକ, ପୂରା ଦେଶରେ ଇନ୍ଧନର ଅଭାବ ସତ୍ତ୍ୱେ ସୋମବାର ସ୍କୁଲ ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ବସ୍ ସେବା ଯୋଗାଯାଇଛି । ଶ୍ରୀଲଙ୍କାର ବେସରକାରୀ ବସ୍ ମାଲିକ ସଂଘର ଅଧ୍ୟକ୍ଷ କହିଛନ୍ତି, ଗତ ଦୁଇ ଦିନରେ କେତେକ ସ୍ଥାନରେ ଇନ୍ଧନ ଉପଲବ୍ଧ ହୋଇଛି । ଏନେଇ ଜାତୀୟ ପରିବହନ ଆୟୋଗର ମହାନିର୍ଦ୍ଦେଶକ ନୀଲାନ୍ ମିରାଣ୍ଡା କହିଛନ୍ତି, ପ୍ରାପ୍ତ ଇନ୍ଧନ ମାତ୍ରା ଅନୁସାରେ, ଛାତ୍ରଛାତ୍ରୀଙ୍କ ପାଇଁ ବସ୍ ସେବା ଯୋଗାଇ ଦିଆଯାଇଛି । ଅନ୍ୟପଟେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଏକ ମାଜିଷ୍ଟ୍ରେଟ୍ କୋର୍ଟ କିଛି ମାସରୁ ସରକାର ବିରୋଧୀ ପ୍ରଦର୍ଶନର ନେତୃତ୍ୱ କରୁଥିବା ୬ ପ୍ରଦର୍ଶନକାରୀଙ୍କ ବିଦେଶ ଯାତ୍ରା ଉପରେ ରୋକ୍ ଲଗାଇଛି । ସୋମବାର ତାଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି । ପ୍ରକାଶ ଯେ ଶ୍ରୀଲଙ୍କାରେ ଲାଗି ରହିଥିବା ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ପଡ଼ୋଶୀ ଦେଶମାନେ ସାହାଯ୍ୟର ହାତ ବଢ଼ାଉଛନ୍ତି । ତଥାପି ବର୍ତ୍ତମାନର ସ୍ଥିତି ଉଦ୍‌?ବେଗଜନକ ରହିଛି ।