Odia News Portal

ସମ୍ବଲପୁର- କୁଚିଣ୍ଡା କୋଲାବିରାରୁ ୩ଟି ବାଘ ଛାଲ ଜବତ।

ସମ୍ବଲପୁର- କୁଚିଣ୍ଡା କୋଲାବିରାରୁ ୩ଟି ବାଘ ଛାଲ ଜବତ। କଲରାପତରିଆ ବାଘ ଛାଲ ଜବତ କଲା STFର ସ୍ଵତନ୍ତ୍ର ଟିମ୍। ବାଘ ଛାଲ ବେପାର କରୁଥିବା ଯୋଗିଡିହିର ସୁମିତ ପଟେଲ, ସୁଡୁପଡ଼ାର କୃପା ସାହୁ, ପଲସାମାଲର ଆଦିତ୍ୟ ପାତ୍ର ଗିରଫ ହୋଇଛନ୍ତି।

ସୂଚନାନୁଯାୟୀ, ଝାରସୁଗୁଡା ଯୋଗିଡିହ ଗାଁର ସୁମିତ ପଟେଲ , ବଲାଙ୍ଗିର ସୁଦୁପଡାର କ଼ପା ସାହୁ ଓ ସମ୍ବଲପୁର ପଲାସାମାଳର ଆଦିତ୍ୟ ପାତ୍ର ବାଘଛାଲ ବେପାର କରିବାକୁ ଆଣିଥିଲେ । ସେମାନଙ୍କୁ କୌଶଳକ୍ରମେ ଏସ୍‌ଟିଏପ୍‌ ଗିରଫ କରିଛି । ଏହାସହ ସେମାନଙ୍କ ବିରୁଦ୍ଧରେ ୩୭୯ , ୪୧୧ , ୪୧୩ , ୧୨୦ ବି ଦଫାରେ ମାମଲା ରୁଜୁ କରି ଝାରସୁଗୁଡା ଏସଡିଜେଏମ କୋର୍ଟରେ ହାଜର କରାଯାଇଛି ।