Odia News Portal

ସାଂଘାତିକ ଅଭିଯୋଗ ଆଣିଲେ ଜୟନାରାୟଣ

ସମ୍ବଲପୁରରେ ହୋଇଥିବା ଠେଲାପେଲା ଘଟଣାରେ ସାଂଘାତିକ ବୟାନ ଦେଇଛନ୍ତି ଜୟନାରାୟଣ ମିଶ୍ର । ମହିଳା ଆଇଆଇସିଙ୍କୁ ଜୟନାରାୟଣ ମିଶ୍ର ଧକ୍କା ମାରିବା ନେଇ ଅଭିଯୋଗ ହୋଇଥିବା ବେଳେ ଏବେ ଠିକ ଓଲଟା ଅଭିଯୋଗ ଆଣିଛନ୍ତି ବିଧାୟକ । ଅଭିଯୋଗର ପ୍ରତିକ୍ରିୟାରେ ବିରୋଧୀ ଦଳର ନେତା ନିଜର ପ୍ରତିକ୍ରିୟା ରଖିଛନ୍ତି । ମହିଳା କର୍ମୀଙ୍କୁ ଦୁର୍ବ୍ୟବହାର କରୁଥିଲେ, ତେଣୁ ମୁଁ ବୁଝାସୁଝା ପାଇଁ ଯାଇଥିଲି ବୋଲି କହିଛନ୍ତି ଜୟନାରାୟଣ ମିଶ୍ର । ଏହି ସମୟରେ ଆଇଆଇସି ତାଙ୍କ ଗୋଡ ଉପରେ ଚଢିଯାଇଥିଲେ । ତେଣୁ ଏହାକୁ ସେ ପ୍ରତିରୋଧ କରିଥିବା ପ୍ରକାଶ କରିଛନ୍ତି । ତେଣୁ ଥାନା ଅଧିକାରୀ ତାଙ୍କୁ ଧକ୍କା ମାରିଥିଲେ ବୋଲି କହିଛନ୍ତି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର । ଏହାସହିତ ନିଜ ପ୍ରତିରକ୍ଷାରେ ସେ କହିଛନ୍ତି ଯେ, ରେଗୁଲାର ଭାବରେ ସେ ଟ୍ରିଟମେଣ୍ଟ ହେଉଛନ୍ତି ତ ଠେଲିବେ କେମିତି ବୋଲି ଓଲଟା ପ୍ରଶ୍ନ କରିଛନ୍ତି ।