ମିସ୍ ଓ୍ୱାର୍ଲ୍ଡ ୨୦୨୧ ସ୍ଥଗିତ । ମିସ୍ ଇଣ୍ଡିଆ ମନାସା ସମେତ ୧୭ ପ୍ରତିଯୋଗୀ କରୋନା ପଜିଟିଭ। ମିସ୍ ଓ୍ୱାର୍ଲ୍ଡ ପ୍ରତିଯୋଗିତାର ଉଦଯାପନୀ ଦିବସ ସେନଜୁୟାନର ଡି ପିୟୁର୍ଟୋ ରିକୋରେ ହେବାର ଥିଲା।
ମାତ୍ର ଏହା ପୂର୍ବରୁ ଏହାକୁ ସ୍ଥଗିତ କରିଦିଆଯାଇଛି। ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ମିସ୍ ଓ୍ୱାର୍ଲ୍ଡର ଆୟୋଜକ। ୧୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ଫଳରେ ପ୍ରତିଯୋଗିତାକୁ ସ୍ଥଗିତ କରାଯାଇଛି। ସେମାନଙ୍କ ମଧ୍ୟରୁ ୭ଜଣ ଆଇସୋଲେସନରେ ଅଛନ୍ତି। ଆଗାମୀ ୯୦ ଦିନ ମଧ୍ୟରେ ଉକ୍ତ ସ୍ଥାନରେ ମିସ୍ ଓ୍ୱାର୍ଲ୍ଡ ପ୍ରତିଯୋଗିତା କରାଯିବ ବୋଲି ଆୟୋଜକ ସୂଚନା ଦେଇଛନ୍ତି।
ଚନା ଥାଉକି, ଗତ କିଛି ଦିନ ତଳେ ମିସ୍ ୟୁନିଭର୍ସ ପ୍ରତିଯୋଗିତା ସମାପ୍ତ ହୋଇଛି। ୨୧ ବର୍ଷ ପରେ ଭାରତକୁ ମିଳିଛି ମିସ୍ ୟୁନିଭର୍ସ ମୁକୁଟ। ଭାରତକୁ ମିଳିଛି ମିସ ୟୁନିଭର୍ସ ଟାଇଟେଲ । ପଞ୍ଜାବର ୨୧ ବର୍ଷୀୟା ହରନାଜ ସନ୍ଧୁ ହୋଇଛନ୍ତି ମିସ୍ ୟୁନିଭର୍ସ।
ଇସ୍ରାୟିଲର ଇଲାଟରେ ୭୦ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।୮୦ ଜଣ ସୁନ୍ଦରୀ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟାଇଟଲ ଜିତିଥିଲେ ହରନାଜ। ୨୦୦୦ ମସିହାରେ ଲାରା ଦତ୍ତ ମିସ୍ ୟୁନିଭର୍ସ ଟାଇଟେଲ ଜିତିଥିଲେ। ଚଣ୍ଡିଗଡ଼ର ଝିଅ ହେଉଛନ୍ତି ହରନାଜ ସାନ୍ଧୁ । ସେ ମିସ୍ ଡିଭା ୟୁନିଭର୍ସ ୨୦୨୧ ରହିଥିଲେ । ଏଥର ଇସ୍ରାଲ୍ରେ ହେବାକୁ ଥିବା ୭୦ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ଏହି ତନୁପାତେଳୀ ସୁନ୍ଦରୀ ଅନ୍ୟ ଦେଶରୁ ଆସିଥିବା ୮୦ ଜଣ ପ୍ରତିଯୋଗୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ଏବେ ବିଜେତା ହୋଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
